Sunday , May 29 2022
Home / ବିଶେଷ / ବିପୁଳ ପରିମାଣର ବିସ୍ପୋରକ ଜବତ

ବିପୁଳ ପରିମାଣର ବିସ୍ପୋରକ ଜବତ

କୋରାପୁଟ,୨୭/୦୨/୨୦୨୧(ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଢାପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି । ତେନ୍ତୁଳିପଦର ସ୍ଥିତ ୧୫୫ ବାଟାଲିଅନର ବିଏସଫ ଯବାନଙ୍କ ଏକ ଟିମ୍ କମ୍ବିଂ ଅପରେସନକୁ ଯାଇଥିବାବେଳେ ଏହି ବିସ୍ପୋରକ ଉଦ୍ଧାର କରିଛନ୍ତି। ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ପୋରକ ରଖିଥିବା ସନ୍ଦେହ କରାଯାଉଛି । ଯାହା ଫଳରେ ବିଏସଏଫ ଯବାନ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୋରାପୁଟ ପିଣ୍ଡାପଦର ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ୬୦ଟି ଜିଲେଟିନ, ୫୦ଟି ଇଲେକଟ୍ରି ଡିଟୋନେଟର, ୩୦ଟି ଆଇରନବପେଲେଟ, ୫ଟି ବିଦ୍ୟୁତ ବଣ୍ଡେଲ ତାର, ୨ ଦଶମିକ ୫ କେଜି ଗନ ପାଉଟର ଜବତ କରାଯାଇଛି । ଏହା ପରେ କମ୍ବିଂ ଅପରେସନ୍ କୁ ଜୋରଦାର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *