Sunday , May 29 2022
Home / ବିଶେଷ / ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ପର୍ଯ୍ୟଟନ କ୍ଷେତ୍ର ଅନ୍ଧବର ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡା,୨୭/୦୨/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ପର୍ଯ୍ୟଟନ କ୍ଷେତ୍ର ଶ୍ରୀ ଶ୍ରୀ ଅନ୍ଧବର ପୀଠରେ ପୂର୍ବବର୍ଷ ଭଳି ଚଳିତବର୍ଷ ୫୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ଗତ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୭ତାରିଖରେ ପୂର୍ଣ୍ଣାହୁତି ପରେ ସମାପନ ହେବ । କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି ଯଜ୍ଞ ଅନୁଷ୍ଠିତ ହେଉଅଛି । ଚଳିତବର୍ଷ ସଭାପତି ଭାବେ ଅଧ୍ୟାପକ ଅଜୟ ରାଉତ, ସମ୍ପାଦକ ଗୌରାଙ୍ଗ ପରିଜା, ସହ ସମ୍ପାଦକ ଗୋଲେଖ ସ୍ୱାଇଁ ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ସାହୁ, କୁଳମଣୀ ବେହରୋ, ଅଜୟ ପାଣି, ସୁରେନ୍ଦ୍ର ଜେନା, ଗୟାଧର ପ୍ରଧାନ, ଧନେଶ୍ୱର ବେହେରା, ପଙ୍କଜ ସାମଲ, ଅନନ୍ତ ସାହୁ, ଭ୍ରମରବର ଜେନା, ଧନେଶ୍ୱର ସାହୁ, ତୈ୍ରଲୋକ୍ୟ ସ୍ୱାଇଁ, ଅରୁଣ ଉଦୟ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *