ଭୁବନ ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ତୈଳିକ ବୈଶ୍ୟ ସମାଜ ତରଫରୁ ଅଗ୍ନି ଉତ୍ସବ ଓ ମାଘ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ସମାଜ ସଭାପତି ବିଦ୍ୟାଧର ସାହୁ ଙ୍କ ନେତୃତ୍ୱରେ ସକାଳୁ ତୈଳିକ ବୈଶ୍ୟ ସମାଜ ଭୁବନର ଭାଗବତ ଗାଦି ଘରେ ପୂଜା ପାଉଥିବା କୃଷ୍ଣମୋହନଜୀଉ ଙ୍କୁ ବିଧିମୁତାବକ ପୂଜାର୍ଚ୍ଚନା କରାଯାଇଥିଲା । ତୈଳିକ ବୈଶ୍ୟ ସମାଜର ଗୃହିଣୀମାନେ ନୂତନ ବସ୍ତ୍ର ପରିଧାନ କରି କୃଷ୍ଣମୋହନ ଜୀଉଙ୍କୁ ବିମାନରେ ଦର୍ଶନ କରି ବନ୍ଦାପନା କରିଥିଲେ । ମୁଖ୍ୟ ବେହେରା ସ୍ୱର୍ଗତ କ୍ଷେତ୍ରବାସୀ ଙ୍କ ବାସଭବନରେ ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନ ୨ ଘଟିକା ସମୟରେ ଠାକୁରଙ୍କୁ ସୁସଜିତ ବିଭାନରେ ବସାଇ ଘୋଡାନାଚ, ଘଣ୍ଟବାଦ୍ୟ, କୀର୍ତନ ର ତାଳେତାଳେ ନଗର ପରିକ୍ରମା କରି ନୂଆଭୁବନ ଯାଇଥିଲା । ଗୋପାଳମଣ୍ଡପ ଠାରେ ବର୍ଷିଆନ ମୁରବୀ ନିଳମଣି ସାହୁ ,ବାଉରୀବନ୍ଧୁ ସାହୁ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୁଆଭୁବନ ସଭାଘର ଠାରେ ସମସ୍ତ ଯାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂପାଦକ ସୁରେନ୍ଦ୍ର ପୃଷ୍ଟି , କୋଷାଧ୍ୟକ୍ଷ କ୍ଷେତ୍ରବାସୀ ପୃଷ୍ଟି , ନୁଆଭୁବନର ସଭାପତି ପ୍ରମୋଦ କୁମାର ସାହୁ , ସଂପାଦକ ନୃସିଂହ କୁମାର ସାହୁ , କୋଷାଧ୍ୟକ୍ଷ ସୁନାକର ସାହୁ , କ୍ଷୀରୋଦ କୁମାର ସାହୁ , ବନ ବିହାରୀ ପୃଷ୍ଟି, ଦୁଯ୍ୟୋଧନ ସାହୁ, ରବିନାରାୟଣ ସାହୁ , ଚକ୍ରଧର ସାହୁ, ନଟବର ସାହୁ, କେଶବ ସାହୁ, ଭଜମନ ସାହୁ, ଗଣେଶ୍ୱର ସାହୁ ଙ୍କ ସମେତ ଚାରି ଥାନର ଥାନପତି ଓ ୧୬ ଉପଥାନର ଥାନପତି ମୁରବୀ ମାନେ ଯୋଗଦେଇଥିଲେ । ସଂଧ୍ୟାରେ ଅଗ୍ନିଉତ୍ସବ ପାଳନ କରାଯାଇଥିଲା । ଓଡ଼ିଶା ସମାଚାର