ଭୁବନେଶ୍ୱର,୨୭/୦୨/୨୦୨୧(ଓଡ଼ିଶା ସମାଚାର)-କୌଶଲ୍ୟାଗଙ୍ଗସ୍ଥିତ କୃଷିବିଜ୍ଞାନ କେନ୍ଦ୍ର (କେ.ଭି.କେ.)ରେ ‘କୃଷି ଯନ୍ତ୍ରପାତି ବ୍ୟବହାର’ ଓ ‘ମହୁଚାଷ ମାଧ୍ୟମରେ ଗ୍ରାମୀଣ ଆୟ ସୃଷ୍ଟି’ ଶୀର୍ଷକ ୨ଟି ପାଂଚ ଦିନିଆ କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁଷ୍ଠାନର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ଆୟୋଜିତ ପ୍ରଶିକ୍ଷଣ ଶିବିରର ଭୁରି ପ୍ରଶଂସା କରିବା ସହିତ ପ୍ରଶିକ୍ଷାର୍ଥୀମାନଙ୍କୁ ସିଫାତରଫରୁ ସମସ୍ତ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି ଅବସରରେ ଡଃ ସ୍ୱାଇଁ କୃଷକମାନଙ୍କୁ ଆଧୁନିକ ବୈଷୟିକ କୌଶଳ ପ୍ରଦାନ କରୁଥିବା ଖୋର୍ଦ୍ଧା କେଭିକେ ର ପ୍ରଶଂସା କରିଥିଲେ । କେଭିକେ ଖୋର୍ଦ୍ଧାର ମୁଖ୍ୟ ଅଧିକାରୀ ଡଃ ଏସ୍. ଏସ୍. ଗିରିଗ୍ରାମୀଣ ମହିଳା ଓ ଯୁବକମାନଙ୍କର ସାମର୍ଥ୍ୟ ବିକାଶକରି ଅତ୍ମ ନିର୍ଭରଶୀଳ ହେବାସହ ଗ୍ରାମୀଣ ଜୀବିକା ନିର୍ବାହକୁ ଦୃଢ଼ କରିବ ବୋଲି କହିଥିଲେ ।ଏହି ପ୍ରଶିକ୍ଷଣ ଶିବିରର ଅଂଶଗ୍ରହଣକାରୀ ମାନଙ୍କୁ ସିଫାର ବୈଜ୍ଞାନିକ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ ମାନଙ୍କ ସାହାଯ୍ୟ ପାଇଁ ସହଯୋଗ କରାଯିବ ବୋଲି କହିଥିଲେ । ପ୍ରାୟ ୨୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ନେଇ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀଏସ୍. ଏସ୍. ସିଂ ଓ ଶ୍ରୀମତୀ ସୁକାନ୍ତୀ ବେହେରା ସଂଯୋଜନା କରିଥିଲେ । ଓଡ଼ିଶା ସମାଚାର