Monday , March 27 2023
Breaking News
Home / ବିଶେଷ / ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଏକ କାଳୀନ ଋଣ ପରିଶୋଧ ଯୋଜନା

ଗ୍ରାମ୍ୟ ବ୍ୟାଙ୍କ ତରଫରୁ ଏକ କାଳୀନ ଋଣ ପରିଶୋଧ ଯୋଜନା

ଭୁବନ ୨୭/୦୨/୨୦୨୧(ଓଡ଼ିଶା ସମାଚାର)- ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଭୁବନ ଶାଖା ତରଫରୁ ବକେୟା ଋଣ ଆଦାୟ ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି ।   ଶାଖା ପରିଚାଳକ ଜୟ ପ୍ରକାଶ ମଲ୍ଲ ,କ୍ଷେତ୍ରପାଳ ସୁବାଶିଷ ଦାସ,ମନିସା ପ୍ରଧାନ,ଆଂଚଳିକ ଶାଖା କ୍ଷେତ୍ରପାଳ ଶୁଭେନ୍ଦୁ ବାରିକ ଓ କର୍ମଚାରୀ ମାନେ ବାଇକ ଶୋଭାଯାତ୍ରାରେ ବାହାରି ଋଣ ନେଇ ଆଦୌ ଶୁଝୁନଥିବା ବ୍ୟକ୍ତିଙ୍କ ଘରକୁ ଘର ବୁଲିବା ସହ ସେମାନଙ୍କ ବିଜିନେସ ୟୁନିଟ ତଦାରଖ କରିଥିଲେ । ଋଣ ଗ୍ରହୀତାଙ୍କୁ ୱାନ ଟାଇମ ସେଟଲମେଣ୍ଟ (ଏକ କାଳୀନ ଋଣ ପରିଶୋଧ) କରିବାକୁ ପ୍ରବର୍ତାଇଥିଲେ । ଆଜି ଦିନରେ ସମୁଦାୟ ୧ ଲକ୍ଷ ୭୫ ହଜାର ଟଙ୍କା ସଂଗ୍ରହ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.