ନିରାକାରପୁର,୨୬/୦୨/୨୦୨୧ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ଉଗ୍ରତାରା ରାସ୍ତାରେ ଆଜି ସନ୍ଧ୍ୟା ସମୟରେ ଜଣେ ସାଇକେଲ ଆରୋହୀ ବୃଦ୍ଧକୁ ହାତୀ ଆକ୍ରମଣ କରିବାରୁ ସେ ଆହତ ହୋଇ ଟାଙ୍ଗୀ ହସପିଟାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କଣାସ ବ୍ଲକ ଦେଇପୁରରୁ ରାମଚନ୍ଦ୍ର ଛୁଆଳସିଂହ (୬୫) ଝିଅ ଘର କମାଗୁରୁ ପଂଚାୟତ ଅରିସଲ ଗ୍ରାମକୁ ଯାଇ ଫେରୁଥିବାବେଳେ ଭୁଷଣ୍ଡପୁର ଉଗ୍ରତାରା ରାସ୍ତାରେ ଏକ ହାତୀ ଆକ୍ରମଣ କରିଥିଲା । ସେ ଆହତ ହୋଇ ପଡ଼ିଥିବାବେଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରିବା ସମୟରେ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଚିକିତ୍ସା ପାଇଁ ପଠାଇଥିଲେ । ଓଡ଼ିଶା ସମାଚାର
Check Also
ରାସ୍ତା ଦୂର୍ଘଟଣାରେ ଜଣେ ମୃତ
କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …