Thursday , March 23 2023
Home / ବିଶେଷ / ସାଲେପୁର ରେ ବନ୍ଦ ର ପ୍ରଭାବ

ସାଲେପୁର ରେ ବନ୍ଦ ର ପ୍ରଭାବ

ସାଲେପୁର,୨୬/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଆଜି ସକାଳ ୬ ରୁ ସନ୍ଧ୍ୟା ୬ ଯାଏ ସସସ୍ତ ବ୍ୟବସାୟିକ  ପ୍ରତିଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଏହି ବନ୍ଦ ଡ଼ାକରାକୁ ସମର୍ଥନ ଜଣାଇଛି ସାଲେପୁର ବ୍ୟବସାୟୀ ସଂଘ । ଦେଶର ପ୍ରାୟ ୪୦ ହଜାର ଟ୍ରେଡ଼ ଆସୋସିଏସନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଜିଏସଟି,ବର୍ଦ୍ଧିତ ତୈଳ ଦର ଏବଂ ଇୱେ ବିଲ ଭଳି ଏକାଧୀକ ପ୍ରସଙ୍ଗ ବିରୁଦ୍ଧ ରେ ଟ୍ରେଡ଼ ୟୁନିୟନ ପକ୍ଷରୁ ଭାରାତ ବନ୍ଦ ଡ଼ାକରା ଦିଆଯାଇଛି ।  ସାଲେପୁର ର ପ୍ରମୁଖ ବ୍ୟବସାୟୀ ପ୍ରତିଷ୍ଟାନ କର ଅଣ୍ଡ ବ୍ରଦର୍ସ ବନ୍ଦ ରହିଥିବା ସହିତ ମୁଖ୍ୟ ବଜାର ରେ ଥିବା ଦୋକାନ ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇ ଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.