Monday , March 27 2023
Breaking News
Home / ବିଶେଷ / ଭୁବନରେ ବନ୍ଦ ସଫଳ

ଭୁବନରେ ବନ୍ଦ ସଫଳ

ଭୁବନ,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜି.ଏସ.ଟି ସରଳୀକରଣ ଦାବି ଓ ଇ-କମର୍ସ ବିସ୍ତାର ବାଦ ନୀତିକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ତରଫରୁ ଦିଆଯାଇଥିବା ( ସକାଳ ୬ ରୁ ସଂଧ୍ୟା ୬) ୧୨ ଘଣି୍ଟଆ ଭାରତ ବନ୍ଦ ଭୁବନ ରେ ସଂପୂର୍ଣ୍ଣ ସଫଳ ହୋଇଛି । ଗାଡି ଚଳାଚଳ ବନ୍ଦ ଥିବା ବେଳେ ସ୍କୁଲ, କଲେଜ, ସରକାରୀ ,ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ରଷ୍ଟ୍ରାୟତ ବ୍ୟାଙ୍କ ଖୋଲା ରହିଥିଲା । ଭାରତ ବନ୍ଦ କୁ ଭୁବନର ବ୍ୟବସାୟୀ ଭାଇ ମାନେ ସମର୍ଥନ କରି ସଂପୂର୍ଣ୍ଣ ସଫଳ କରିଥିବା ଯୋଗୁ ଭୁବନର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ,ନୂଆବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି,କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ,ବିନାୟକ ବଣିକ ସଂଘ ସଭାପତି ଶୁଭେନ୍ଦୁ ସାହୁ,ଗୁଜୁରୀ ହାଟ ବ୍ୟବସାୟୀ ସଂଘ ସଭାପତି ପ୍ରଭାତ କୁମାର ସାହୁ,ଦୁର୍ଗାବଜାର ବଣିକ ସଂଘ ସଭାପତି ଶ୍ରୀକାନ୍ତ କୁମାର ସାହୁ, ନୂଆଭୁବନ ବ୍ୟବସାୟୀ ସଂଘ ସଭାପତି ହୃଷିକେଶ ମିଶ୍ର ବ୍ୟବସାୟୀ ଭାଇ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.