Monday , March 20 2023
Breaking News
Home / ବ୍ୟବସାୟ ବାଣିଜ୍ୟ /  ଭାରତ ବନ୍ଦ କୁ ସଫଳ କରିବାକୁ ଭୁବନ ବ୍ୟବସାୟୀ ସଂଘର ନିବେଦନ

 ଭାରତ ବନ୍ଦ କୁ ସଫଳ କରିବାକୁ ଭୁବନ ବ୍ୟବସାୟୀ ସଂଘର ନିବେଦନ

ଭୁବନ,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜି.ଏସ.ଟି ସରଳୀକରଣ ଦାବି ଓ ଇ-କମର୍ସ ବିସ୍ତାର ବାଦ ନୀତିକୁ ବିରୋଧ କରି ଆସନ୍ତା କାଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ତରଫରୁ ଦିଆଯାଇଥିବା ( ଶୁକ୍ରବାର ସକାଳ ୬ ରୁ ଶନିବାର ସକାଳ ୬) ୨୪ ଘଣି୍ଟଆ ଭାରତ ବନ୍ଦକୁ ଭୁବନ ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛି । ଭାରତ ବନ୍ଦ କୁ ସଫଳ କରିବା ସକାଶେ ଭୁବନର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ,ନୂଆବଜାର ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି,କାଳୀବଜାର ବଣିକ ସଂଘ ସଭାପତି ସମୀର କୁମାର ସାହୁ,ବିନାୟକ ବଣିକ ସଂଘ ସଭାପତି ଶୁଭେନ୍ଦୁ ସାହୁ,ଗୁଜୁରୀ ହାଟ ବ୍ୟବସାୟୀ ସଂଘ ସଭାପତି ପ୍ରଭାତ କୁମାର ସାହୁ,ଦୁର୍ଗାବଜାର ବଣିକ ସଂଘ ସଭାପତି ଶ୍ରୀକାନ୍ତ କୁମାର ସାହୁ,ନୂଆଭୁବନ ବ୍ୟବସାୟୀ ସଂଘ ସଭାପତି ହୃଷିକେଶ ମିଶ୍ର ପ୍ରମୁଖ ଏକତ୍ରିତ ହୋଇ ନିଷ୍ପତି ଗ୍ରହଣ କରିଥିଲେ । ଅତ୍ୟାବଶ୍ୟକୀୟ ସେବା ବ୍ୟତିତ ସମସ୍ତ ବ୍ୟବସାୟୀ ଭାଇ ମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିବେଦନ କରିବା ସହିତ  ଏହି ବନ୍ଦ ପାଳନ ସମୟରେ କୌଣସି ସରକାରୀ ,ବେସରକାରୀ କାର୍ଯ୍ୟାଳୟ ବନ୍ଦ ନକରିବାକୁ କୁହାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.