Sunday , April 2 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ବନ୍ଦର ଦ୍ୱାରା ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ୨୭ଟି ଏମ୍ଓୟୁ ସ୍ୱାକ୍ଷରିତ

ପାରାଦ୍ୱୀପ ବନ୍ଦର ଦ୍ୱାରା ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ୨୭ଟି ଏମ୍ଓୟୁ ସ୍ୱାକ୍ଷରିତ

  ପାରାଦ୍ୱୀପ ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ପଣ୍ୟ କାରବାର କ୍ଷେତ୍ରରେ ଦେଶର ଦ୍ୱିତୀୟ ବୃହତ ବନ୍ଦର ପାରାଦ୍ୱୀପ ବନ୍ଦର ନ୍ୟାସ ଓଡିଶା ତଥା ଦେଶର ସାମୁଦି୍ରକ ଅଭିବୃଦ୍ଧି ନିମନ୍ତେ ଗୁରୁବାର ଦିନ ବିଭିନ୍ନ ହିତାଧିକାରୀଙ୍କ ସହିତ ୨୭ଗୋଟି ବୁଝାମଣ ପତ୍ର ବା ଏମଓୟୁ ସ୍ୱାକ୍ଷରିତ କରିଛି । ଏହାଦ୍ୱାରା ଆନୁମାନିକ ୨୭,୪୫୦ କୋଟି ଟଙ୍କା ମୁଲ୍ୟର ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୨ରୁ ୪ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଯାଉଥିôବା ନୌବାଣିଜ୍ୟ ଭାରତ ସମ୍ମିଳନୀ (ଏମ୍ଆଇଏସ୍)-୨୦୨୧ ର ଅବ୍ୟବହିତ ପୂର୍ବରୁ ଏସମସ୍ତ ବୁଝାମଣା ପତ୍ର ଚୁଡାନ୍ତ ହୋଇପାରିଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ଭିଡିଓ କନଫରେନ୍ସି ମାଧ୍ୟମରେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ସମ୍ବୋଧନ କରି ଆଗାମୀ ଆନ୍ତର୍ଯ୍ୟାତୀୟ ସମ୍ମିଳନୀକୁ ସଫଳ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି । ଅଧିକିନ୍ତୁ ମାର୍ଚ୍ଚ ୩ ତାରିଖ ଅପରାହ୍ନ ୧୨.୩୦ ରୁ ୨ ଘଟିକା ମଧ୍ୟରେ ଓଡିଶାରେ ପୁଞ୍ଜି ନିବେଶ ସୁଯୋଗ ସମ୍ପର୍କିତ ଏକ ସ୍ୱତନ୍ତ୍ର ଅଧିବେଶନ କୁ ଓଡିଶା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅଧ୍ୟକ୍ଷତା କରିବେ । ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବାଣିଜ୍ୟ ସଚିବ ମଧୁସୁଦନ ପାଢୀ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଘରୋଇ ଶିଳ୍ପ ମାନଙ୍କର ମୁଖ୍ୟମାନେ ମଧ୍ୟ ଏହି ଭରଚୁଆଲ୍ ସମ୍ମିଳନୀରେ ଭାଗ ନେବା ସ୍ଥିରିକୃତ ହୋଇଛି । ତେବେ ସ୍ୱାକ୍ଷରିତ ୨୭ଟି ରାଜିନାମା ମଧ୍ୟରୁ ବିଶ୍ୱସ୍ତରୀୟ ବନ୍ଦରର ବିକାଶ ପାଇଁ ପ୍ରକଳ୍ପ ବର୍ଗରେ ୧୫ଟି ଏମଓୟୁ ରହିଛି । ଯାହାର ଆନୁମାନିକ ମୁଲ୍ୟ ୩,୮.୮୧ କୋଟି ଟଙ୍କା ହେବ । ଉପକୂଳ ଜାହାଜ ଚଳାଚଳ, ଗମନାଗମନ ସୁଯୋଗ ତଥା ମଲ୍ଟିମୋଡାଲ୍ ଲଜିଷ୍ଟିକ୍ ପାର୍କ ରେ ଦୁଇଟି ଏମଓୟୁରେ ୩,୫୩୫ କୋଟି, ତୈଳ ପଣ୍ୟ କାରବାର ନିମନ୍ତେ ବନ୍ଦର ଭିତିଭୂମୀ  ବିକାଶରେ ଦୁଇଟି ଏମଓୟୁ ରେ ୫,୩୮୨.୬୪ କୋଟି, ବନ୍ଦର ଭିତିକ  ଶିଳ୍ପାୟନ ଲାଗି ଚାରଟି ଏମଓୟୁ ରେ ୧୬,୨୧୮ କୋଟି ଏବଂ ପଣ୍ୟ, ଯାତ୍ରୀ ପରିବହନ ପ୍ରୋତ୍ସାହନ ତଥା ସାମୁଦି୍ରକ ବିମାନ ପର୍ଯ୍ୟଟନ ବର୍ଗରେ ୪ଟି ଏମଓୟୁ ରେ ୧,୬୧୬ କୋଟି ଟଙ୍କାର ପୁ୍ଞ୍ଜି ବିନିଯୋଗ ସମ୍ପର୍କିତ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.