ପାରାଦ୍ୱୀପ ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ପୌରାଂଚଳରେ ସାଧାରଣରେ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଓ ପ୍ରତିଯୋଗିତା ମନୋଭାବ ବୃଦ୍ଧି କରିବା ଉଦ୍ଧେଶ୍ୟରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ବିଭିନ୍ନ ସଂସ୍ଥାକୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି । ଚିକିତ୍ସାଳୟ ବର୍ଗରେ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷତତ୍ୱାବଧାନ ଓ ନେତୃତ୍ୱରେ ନିୟମିତ ବ୍ୟବଧାନରେ ବନ୍ଦର ଚିକିତ୍ସାଳୟ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସମେତ ଚିକିତ୍ସାଳୟ ମଧ୍ୟରେ ଦୈନିକ ସ୍ୱଚ୍ଛତା କାର୍ଯ୍ୟ ପାଇଁ ଏହି ସମ୍ମାନ ମିଳିିଛି । ସେହିପରି ହୋଟେଲ ଶିଳ୍ପ ମଧ୍ୟରେ ଏମ୍ପାୟାର୍ସ କୁ ପ୍ରଥମ ପୁରସ୍କାର, ବିଦ୍ୟାଳୟ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ, ଆରଡବ୍ଳୁ୍ୟଏରେ ୯ ନମ୍ବର ୱାର୍ଡର ବସ୍ତି ସୁରକ୍ଷା ସମିତି, ବ୍ୟାଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ), ଧାର୍ମିକ ଅନୁଷ୍ଠାନ ମଧ୍ୟରେ ଜଗନ୍ନାଥ ମନ୍ଦିର ଓ ଘରୋଇ ଉଦ୍ୟୋଗ ମଧ୍ୟରେ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ ପାରିପାଶ୍ୱର୍ିକ ସ୍ୱଚ୍ଛତା ନିମନ୍ତେ ଏହି ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ପାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୌରପାଳିକା ସଭାଗୃହରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟ କୃତି ଅନୁଷ୍ଠାନ ଗୁଡିକୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର