ନିରାକାରପୁର,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଦୀର୍ଘ ବର୍ଷ ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଓ ପଶୁ ଡ଼ାକ୍ତରଖାନାରେ ପାନୀୟ ଜଳର ସୁବନ୍ଦୋବସ୍ତ ନ ଥିବାରୁ କର୍ମଚାରୀମାନଙ୍କ ସହିତ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ବି କେହି ଗୁହାରୀ ଶୁଣୁ ନାହାଁନ୍ତି । ଫଳରେ ଉକ୍ତ କାର୍ଯ୍ୟାଳୟର କର୍ମଚାରୀମାନେ ରହିବା ତ ଦୂରର କଥା ପିଇବା ,ଶୌଚ ହେବା ପାଇଁ ନିକଟସ୍ଥ ପଂଚାୟତ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି ।ନିରାକାରପୁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଜମାରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନଥିବାବେଳେ ଗତ ଫନି ବ୍ୟାତାରେ ପଶୁ ଚିକିତ୍ସାଳୟର ଥିବା କୂଅଟି ପୋତି ହୋଇଯାଇଛି । ଏହି ଦୁଇଟି ସ୍ଥାନରେ ତୁରନ୍ତ ଦୁଇଟି ଟ୍ୟୁବଲ ବସାଇବାକୁ ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ବିଭାଗୀୟ ଅଧିକାରୀ ଙ୍କୁ ଦାବି ଜଣାଯାଇଛି । ଏହି କାର୍ଯ୍ୟକୁ ନିକଟରେ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର