ନିରାକାରପୁର,୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ପାଖାପାଖି ଅଂଚଳରେ ବ୍ୟବସାୟୀମାନଙ୍କ ଦ୍ୱାରା ଡ଼ାକରା ହୋଇଥିବା ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଂଚଳରେ ବଡ଼ ଦୋକାନ ଗୁଡ଼ିକ ବନ୍ଦ ଥିବାବେଳେ ଛୋଟ ଛୋଟ ଦୋକାନ ଖୋଲାଥିବା ସହ ବ୍ୟାଙ୍କ, ସ୍କୁଲ ଓ କଲେଜ ଖୋଲା ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାବେଳକୁ କିଛି ବନ୍ଦ ଦୋକାନ ଖୋଲିବାର ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର