ବାଲିଗୁଡା, ୨୬/୦୨/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାର ନଂ. ଓଆର-୦୮ଇ-୦୦୦୮ କୁ ତନଖି କରିଥିଲେ । ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ । ଗାଡ଼ିରେ ମୋଟ ୩୨କେଜି ୮ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭରକୁ ଗିରଫ କରିଥିଲେ । ଗିରଫ ଡ୍ରାଇଭରର ନାମ ହେମନ୍ତ ଘଡେ଼ଇ , ଘର କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଡାଙ୍ଗବାହାଲ ଗ୍ରାମର ବୋଲି ଜଣାପଡିଛି । ଏ ନେଇ ଏକ ମାମଲା ନଂ.୩୯/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ମାମଲାର ତଦନ୍ତ କରୁଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର