Thursday , March 23 2023
Home / ରାଜନୀତି / କଂଗ୍ରେସର ପ୍ରତିବାଦ ସଭା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ ନିରଞ୍ଜନ

କଂଗ୍ରେସର ପ୍ରତିବାଦ ସଭା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ ନିରଞ୍ଜନ

ମାହାଙ୍ଗା,୨୬/୦୨/୨୦୨୧(ଓଡିଶା ସମାଚାର / ଅଭୟ ଜେନା): ମାହାଙ୍ଗା ତହସିଲ ନିକଟରେ କଂଗ୍ରେସ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ପ୍ରତିବାଦ ସଭା ଦଳୀୟ ଟିକେଟରେ ବିଧାୟକ ଭାବେ ଭୋଟ ଲଢ଼ିଥିବା ଦେବେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଆଇନି ଶୃଙ୍ଖଳା ଓ ଦରଦାମ ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।
ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ମୂଲ୍ୟ ହୁ ହୁ ହୋଇ ବଢୁଥିଲାବେଳେ, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୧ ଜଣଙ୍କୁ ପୋଲିସ ଧରିଥିବାବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ କେବେ ଗିରଫ କରାଯିବ ବୋଲି ସେ ପ୍ରଶ୍ନ ଉଠାଇଥିଲେ ।
କଂଗ୍ରେସ ଡ଼ାକରାରେ ଆୟୋଜିତ ଏହି ସଭାରେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲ, ଆଇନୀଜୀବୀ ପ୍ରଦୀପ୍ତ ଭୂୟାଁ, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଉଭୟ ବ୍ଲକର ସଭାପତିଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ । ଆନ୍ଦୋଳନକାରୀଙ୍କ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.