ନିରାକାରପୁର, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଅର୍ନ୍ତଗତ ଐତିହ ମଣ୍ଡିତ ପ୍ରାଚୀନ ଗ୍ରାମ ଓଳସିଂହ ପତିତପାବନ ଦେବ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ହେବାକୁ ଥିବା ବିଶ୍ୱ କଲ୍ୟାଣ ବିଷ୍ଣୁ ମହାଯଜ୍ଞର ଶୁଭ ଜଳାଧିବାସ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ପୀଠାଧିଶ ଗିରିଧାରୀ ଦେବ, ବାଲୁେଙ୍କଶ୍ୱର ଦେବ, ପୀଠାଧିଶ୍ୱରୀ ଶିଦ୍ଧବରାହୀ ଦେବୀ ଗ୍ରାମର ସର୍ବ ଦେବାଦେବୀଙ୍କ ସହିତ ବ୍ରତୀ ଓ ଭକ୍ତମାନେ ଯଜ୍ଞସ୍ଥଳୀକୁ ବିରାଜମାନ କରିଛନ୍ତି । ବ୍ରତୀ ଓ ଭକ୍ତମାନେ କୋଭିଡ଼ କଟକଣାକୁ ପାଳନ କରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ଯଜ୍ଞ କାର୍ଯ୍ୟରେ ଅଂଶ ଗ୍ରହଣ କରିଛନ୍ତି । ଆଜି ସଂକଳ୍ପଧାରୀ ମହିଳା,ପୁରୁଷମାନେ ନିକଟସ୍ଥ ନଦୀରୁ ଜଳ କଳସୀରେ ଆଣି ଘଟସ୍ଥାପନ କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମହାଯଜ୍ଞକୁ ଦେବାଚାର୍ଯ୍ୟ, ଯଜ୍ଞାଚାର୍ଯ୍ୟ ପଣ୍ଡିତ ଶ୍ରୀଯୁକ୍ତ ବ୍ରଜବନ୍ଧୁ ତ୍ରିପାଠୀ ପରିଚାଳନା କରୁଛନ୍ତି । ପୂର୍ଣ୍ଣାହୁତି ପ୍ରଦାନ ସମାରୋହ ଆଗାମୀ ୨୮ ତାରିଖରେ ଅନୁଷ୍ଠିତ ହେବ । ବିଶ୍ୱ କଲ୍ୟାଣ ବିଷ୍ଣୁ ମହାଯଜ୍ଞ ସୁନିଲ କୁମାର ମହାନ୍ତି, ବ୍ରହ୍ମାନନ୍ଦ ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ସୁଧାକର ବରିସଲ, ଗୋଲଖ ବିହାରୀ ପଟ୍ଟନାୟକ, ପୁଲିନ ବିହାରୀ ପଟ୍ଟନାୟକ, ଦେବରାଜ ବରିସଲ , ସଂସାରୀ ବୈରିଗଞ୍ଜନ, ପ୍ରେମାନନ୍ଦ ପରିଡ଼ା, ଜମ୍ବେଶ୍ୱର ବୈରିଗଞ୍ଜନ ଓ ଜସ୍ମିତା ବରିସଲ ପ୍ରମୁଖ ଉପଦେଷ୍ଟା ମଣ୍ଡଳୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସାହାଯ୍ୟ ଓ ସହଯୋଗ ରହିଛି । ଓଡ଼ିଶା ସମାଚାର