ନିଶ୍ଚିନ୍ତକୋଇଲି, ୨୬/୦୨/୨୦୨୧(ଓଡିଶାସମାଚାର/ଅଭୟ ଜେନା): ଆଜି ଅବକାରୀ କମିଶନର ଙ୍କ ନିର୍ଦ୍ଧେଶ କ୍ରମେ ସ୍ପେସାଲ ସ୍କୁଆଡ଼ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମପଞ୍ଚାୟତ ଏକରୁଖି ଗ୍ରାମର ଶରତ ଚନ୍ଦ୍ର ଲେଙ୍କା ଙ୍କ ଘରୁ ୧ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜାଇ ଜବତ ହୋଇଛି ।ଏଥିରେ ଶରତ ଲେଙ୍କା ଙ୍କ ସମେତ ତାଙ୍କ ସହ ଯୋଗୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏତେ ପରିମାଣର ଗଞ୍ଜାଇ କୋଉଠୁ ଆସିଲା ସେ ସମ୍ପର୍କ ରେ ତଦନ୍ତ ଜରିରହିଛି। ଓଡିଶା ସମାଚାର