Thursday , May 26 2022
Breaking News
Home / ବିଶେଷ / ଅଜଣା ବ୍ୟକ୍ତିଙ୍କ  ମୃତ ଦେହ ଉଦ୍ଧାର

ଅଜଣା ବ୍ୟକ୍ତିଙ୍କ  ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡା, ୨୬/୦୨/୨୦୨୧ (ଓଡ଼ିଶା ସମାଚାର)- ଏକ ଅଜଣା ବ୍ୟକ୍ତିଙ୍କ  ମୃତଦେହ କେନ୍ଦ୍ରାପଡା ମେଡିକାଲ ରୋଡରେ ପଡିଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ପରେ “ଓଡିଶା ମୋ ପରିବାର”ର ସଂଯୋଜକ କାଳୀ ପ୍ରସାଦ ମିଶ୍ର, ସହ ସଂଯୋଜକ  ହିରଣ୍ୟ କୁମାର ପଣ୍ଡା ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି କେନ୍ଦ୍ରାପଡା ଟାଉନଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଟାଉନ ଥାନାର ଏ.ଏସ.ଆଇ. ଶରତ  କୁମାର ବାରିକ ସେଠାରେ ପହଁଚିବା ପରେ ତାଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଶବ ଚିହ୍ନଟ ପାଇଁ ସଂପୃକ୍ତ ମୃତକଙ୍କ ଶବକୁ  ସଂରକ୍ଷଣ ଗୃହରେ ୭୨ଘଂଟା ପର୍ଯ୍ୟନ୍ତ ରଖାଯାଇଛି  । ଏହି କାର୍ଯ୍ୟକ୍ରମ ସମୟରେ ଡାକ୍ତରଖାନା ପରିଚାଳକ ଶୁଭାଶିଷ ସାଥୁଆ, ସ୍ୱେଚ୍ଛାସେବୀ ବିଜୟ କୁମାର ମଣ୍ଡଳ, ସାହେବ ସାହିଲ ରାଉତ, ଗିରଶ ମହାପାତ୍ର, ରାଜ କିଶୋର ଭୋଇ ପ୍ରମୁଖ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *