Tuesday , March 21 2023
Breaking News
Home / ବିଶେଷ / ଶନିମନ୍ଦିର ଠାରୁ ସାଇମନ୍ଦିର ରାସ୍ତାର ଶିଳାନ୍ୟାସ କଲେ ବିଧାୟକ 

ଶନିମନ୍ଦିର ଠାରୁ ସାଇମନ୍ଦିର ରାସ୍ତାର ଶିଳାନ୍ୟାସ କଲେ ବିଧାୟକ 

ତାରପୁର ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ରାସ୍ତା ଓ ପୂର୍ତବିଭାଗ କଟକ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ଶିର୍ଲୋ ପାଣ୍ଡବଘାଟ ନିକଟସ୍ଥ ଶନିମନ୍ଦିରଠାରୁ ସାଇ ମନ୍ଦିର ରାସ୍ତାର ଶିଳାନ୍ୟାସ୍ କରିଛନ୍ତି କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା । ବିଧାୟକ ଶ୍ରୀ ବେହେରା ଏହି ରାସ୍ତାଟିର ଶିଳାନ୍ୟାସ କରି କହିଲେ ଯେ, କଟକ ସଦରର ସମସ୍ତ ମୁଖ୍ୟରାସ୍ତାଗୁଡିକ ସହିତ ଗ୍ରାମରାସ୍ତାଗୁଡିକୁ ସଂଯୋଗ କରାଯାଇ ଉନ୍ନତମାନର ରାସ୍ତା ନିର୍ମାଣ କରାଯିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି କହିଥିଲେ । ଏଥିରେ କଟକ ସଦର ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, କଟକ ଜିଲ୍ଲା ବିଜେଡି ସମ୍ପାଦକ ଅଚୁ୍ୟତାନନ୍ଦ ଦାସ, କଟକ ସଦର ବ୍ଲକ୍ ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡା, ଜିଲ୍ଲାପରିଷଦ ସଭ୍ୟ ବିଳାସ ମଲ୍ଲିକ୍, ସରପଂଚ ମିନକେତନ ବସ୍ତିଆ, କଟକ ଜିଲ୍ଲା ଯୁବ ବିଜେଡି ସଭାପତି ସୁଶାନ୍ତ କୁମାର ସେଠୀ, ସମିତି ସଭ୍ୟ ମନର୍ଭା ରଥ, ବିଜେଡି ନେତା ଦିଲ୍ଲିପ୍ ବସ୍ତିଆ, ମାଣପୁର ପଂଚାୟତ ବିଜେଡି ସଭାପତି ରୁସ୍ତମ ଅଲ୍ଲୀ, ଶିର୍ଲୋ ପଂଚାୟତ ବିଜେଡି ସଭାପତି କୌସର ଅଲ୍ଲୀ, ସରପଂଚ ଚାରୁଲତା ସେଠୀ, ଯୁବନେତା ଦୁର୍ଗାପ୍ରସାଦ ଦାସ, ରବିନ୍ଦ୍ର ଖୁଂଟିଆ, ଲୋକନାଥ ଦାସ, ପୂର୍ବତନ ସମିତି ସଭ୍ୟ ଅରୁଣ କୁମାର ବୋଷ, ଅମିର ଅଲ୍ଲି ଖାଁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.