Saturday , April 1 2023
Breaking News
Home / ବିଶେଷ / ଯୁବତୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନୀ ଢ଼ାଳି ଜୀବନ୍ତ ଜାଳିପୋଡ଼ି ହତ୍ୟା ଉଦ୍ୟମ

ଯୁବତୀଙ୍କ ହାତ ଗୋଡ଼ ବାନ୍ଧି କିରୋସିନୀ ଢ଼ାଳି ଜୀବନ୍ତ ଜାଳିପୋଡ଼ି ହତ୍ୟା ଉଦ୍ୟମ

କଟକ, ୨୫/୦୨/୨୦୨୧ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ସହରର ମାନସିଂ ପାଟଣାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୪ ଜଣ ଦୁର୍ବୃତ୍ତ ଜଣେ ଯୁବତୀ ଘରେ ଏକା ଥିବାବେଳେ ତାଙ୍କ ଘରେ ପଶି ତାଙ୍କୁ ମାର ଧର କରି ତାଙ୍କ ହାତ ଗୋଡ଼ ବାନ୍ଧି , ନିଶା ଇଂଜେନକସନ୍ ଦେଇ ତାଙ୍କ ଦେହରେ କିରୋସିନୀ ଢ଼ାଳି ନିଆଁରେ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ, ଅଳ୍ପ ନିଆଁ ଲାଗିଥିବା ଅବସ୍ଥାରେ ଘରମାଲିକ ଓ ପଡ଼ିଶା ଯୁବତୀଙ୍କୁ ଉଦ୍ଧାର କରିବା ଫଳରେ ତାଙ୍କର ଜୀବନ ବଞ୍ଚିଯାଇଛି।
ଉିଳିଥିବପା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଜଣେ ଅଟୋଚାଳକ ତାଙ୍କ ସ୍ତ୍ରୀ, ବଡ଼ ଝିଅ ଓ ସାନ ପୁଅ ସହିତ ଲାଲବାଗ ଥାନା ଅନ୍ତର୍ଗତ ମାନସି˚ହପାଟଣାର ସୁଦର୍ଶନ ଜେଠୀଙ୍କ ଘରେ ଭଡ଼ା ନେଇ ରହୁଥିଲେ। ଆଜି ଦିନ ପ୍ରାୟ ୧୦ଟା ବେଳେ ଘରେ କେହି ନ ଥିବା ବେଳେ ୪ ଜଣ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ତାଙ୍କ ଘରେ ପହଞ୍ଚିଥିଲେ। ଘରେ ବସି ଯୁବତୀଙ୍କୁ ମାଡ଼ି ବସି ତାଙ୍କ ହାତ ଗୋଡ଼ ବାନ୍ଧିବା ସହିତ ନିଶା ଇଞ୍ଜେକ୍ସନ ଦେଇ ତାଙ୍କ ମୁହଁରେ ପଟି ବାନ୍ଧି ଦେଇଥିଲେ। ତାଙ୍କ ଦେହରେ ଏବଂ ଘର ଭିତରେ କିରାସିନ୍ ଢାଳି ନିଆଁ ଲଗାଇ ସେମାନେ ଫେରାର ହୋଇଯାଇଥିଲେ। ଛାତ୍ରୀଙ୍କୁ ନିଶା ଧରିବା ପୂର୍ବରୁ ସେ ଜୀବନ ବିକଳରେ ଘୁଷୁରି ଘୁଷୁରି ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ। ନିଆଁ ଗୋଟିଏ କୋଠରିରୁ ଆଉ ଗୋଟିଏ କୋଠରୀକୁ ବ୍ୟାପିବାକୁ ଲାଗିଲା। ବାହାରକୁ ଧୂଆଁ ଯିବାରୁ ଉପର ମହଲାରେ ରହୁଥିବା ଘର ମାଲିକ ସୁଦର୍ଶନ ଓ ତାଙ୍କ ପତ୍ନୀ ସେଠାରେ ପହଞ୍ଚି ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଲାଲବାଗ ଥାନା ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଯୁବତୀଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲା। ୪ ଜଣ ଯୁବକ ଏପରି କାଣ୍ଡ ଘଟାଇଥିବା ଯୁବତୀ ତାଙ୍କ ମଉଷାଙ୍କୁ କହିଥିବା ମଉଷା ଅଶ୍ୱିନୀ କୁମାର ପଣ୍ଡା କହିଛନ୍ତି । ଡ଼ିସିପି ପ୍ରତୀକ ସିଂ ଘଟଣା ସମ୍ପର୍କରେ ନଜର ରଖିଛନ୍ତି । ତେବେ କେଉଁ କାରଣ ପାଇଁ କେଉଁମାନେ ଯୁବତୀଙ୍କୁ ଏପରି ଜୀଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ତାହା ଜଣାପଡ଼ିନାହିଁ । ଘର ମାଲିକ ସୁଦର୍ଶନ ଙ୍କ ପତ୍ନୀ କହିଛନ୍ତି ସେମାନେ କିରୋସିନୀ ଢ଼ାଳି ତାକୁ ଜୀବନ୍ତ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.