Wednesday , March 29 2023
Home / ବିଶେଷ / ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କେସିଙ୍ଗା ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପଂଚାୟତ ସମିତି କାର୍ୟ୍ୟାଳୟ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ସର୍ବ ପ୍ରଥମେ ଭୀମଭୋଇ ଙ୍କ ଫୋଟୋ ଚିତ୍ରରେ କେସିଙ୍ଗା ବିଡ଼ିଓ ଏବଂ ବ୍ଲକ ଅଧକ୍ଷ୍ୟା ସୁକାନ୍ତ ବେହେରା ପୂଜାର୍ଚ୍ଚନା କରି ଶିବିର କୁ ଉଦଘାଟନ କରିଥିଲେ। ସମଗ୍ର କେସିଙ୍ଗା ବ୍ଲକ ର ୨୬ ଟି ଗ୍ରାମପଞ୍ଚାୟତ ରୁ ପ୍ରାୟ ୨୦୦ ଜଣ ଭିନ୍ନକ୍ଷମ ଏହି ଶିବିରରେ ଯୋଗ ଦେଇଥିଲେ।
ଏହି ଶିବିର ରେ ଦକ୍ଷତା ବିକାଶ, ଦିବ୍ୟାଙ୍ଗ ଭତା, ଆବାସ ଓ ସ୍ଵଛ ଭାରତ ମିଶନ ,ଶାରିରୀକ ଭିନ୍ନକ୍ଷମ, ଶ୍ରବଣ ବାଧକ ,ମାନସିକ ଅନଗ୍ରସର,ଦୃଷ୍ଟି ହୀନ , ସେମାନଙ୍କ ବସ ଓ ଟ୍ରେନ ପାସ ଆଦି ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରା ଯାଇଥିଲା।
ଭିନ୍ନକ୍ଷମ ମାନଙ୍କୁ ୩ ଚକିଆ ସାଇକେଲ ବିଡ଼ିଓ ବଣ୍ଟନ କରିଥିଲେ।ଯେଉଁମାନେ ଭତା ପାଇ ନ ଥିଲେ ସେମାନେ ମଧୁବାବୁ ପେନସନ ଯୋଜନାରେ ଆବେଦନ କରିଥିଲେ।ଏହି ଭିନ୍ନକ୍ଷମ ଯୋଜନା କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ ରେ ବିଭିନ୍ନ ତାରିଖରେ ହେବା ପାଇଁ ଧାର୍ୟ୍ୟ କରାଯାଇଛି। ବ୍ଲକ କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.