କଟକ, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ ଜିଲା ସଦର ଥାନା ବମ୍ଫକୁଦ ଫାର୍ମ ହାଉସ ନିକଟରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଫାର୍ମ ହାଉସ ପାଖରେ ଥିବା ବୁଦୁବୁଦିଆ ଜଙ୍ଗଲରେ ନିଆଁ ଲାଗିବା ସହ ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପକୁ ନିଆଁ ବ୍ୟାପିବା ଆଶଙ୍କା ଥିବାରୁ ତୁରନ୍ତ ନିଆଁକୁ ଆୟତ କରିବା ଜରୁରୀ ହୋଇ ପଡ଼ିଛି । ଖବର ପାଇ କଟକ ଓ ଭୁବନେଶ୍ୱରରୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ବିଶେଷ କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଓଡ଼ିଶା ସମାଚାର