Monday , March 20 2023
Breaking News
Home / ବିଶେଷ / ନାବାଳିକା ଦୁଷ୍କର୍ମକାରିକୁ ଜୋରିମାନା ସହ  ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ନାବାଳିକା ଦୁଷ୍କର୍ମକାରିକୁ ଜୋରିମାନା ସହ  ୧୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

କନ୍ଧମାଳ,୨୫/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘରରେ ହୋଇଥିବା ନାବାଳିକା ଦୁଷ୍କର୍ମକାରୀ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ସାଙ୍ଗକୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ବେଲଘର ଥାନା ଅଞ୍ଚଳର ଶଙ୍କର ପ୍ରଧାନୀ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଫୁଲବାଣୀ ପୋକସୋ କୋର୍ଟ ସ୍ୱତନ୍ତ୍ରଜର୍ଜ ସମର ବିଳାସ ବେହେରା  ଉପରୋକ୍ତ ରାୟ ଶୁଣାଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ଛମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କ୍ଷ ମାନ୍ୟବର ସ୍ଵତନ୍ତ୍ର ଜର୍ଜ ।ପ୍ରକାଶ ଯେ,ଗତ ୨୦୧୪ ମସିହା ଜାନୁୟାରୀ ମାସ ୧୪ ତାରିଖ ଦିନ  ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଘରୁ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଶଙ୍କର ପ୍ରଧାନୀ। ଏନେଇ ବେଲଘର ଥାନା ପୋଲିସ ୨/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶଙ୍କର ପ୍ରଧାନୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଓଡିଶା ସମାଚାର

Leave a Reply

Your email address will not be published.