ମାହାଙ୍ଗା ,୨୫/୦୨/ ୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ମା’ ମାନେ ହିଁ ଚିର ବନ୍ଦନୀୟା । ମାଟି ଏବଂ ଆକାଶ ପରି ଅମାପ ସହନଶୀଳତା କେବଳ ଜଣେ ମା’ ଭିତରେ ଭରି ରହିଥାଏ ବୋଲି ସେମାନେ ମହିୟସୀ । ଗୋଲାପ ଦେବୀଙ୍କ ଭଳି ମାଆଙ୍କ ପାଇଁ ସମସ୍ତେ ଗର୍ବ କରିବା ଉଚିତ ବୋଲି ଆଇନି ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ବିଶିଷ୍ଟ ସମାଜସେବୀ ତଥା ଧର୍ମପ୍ରାଣା ମହିଳା ଗୋଲାପ ଦେବୀଙ୍କ ଦ୍ଵାଦଶାହ ତିଥିରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଭେଡା- ସାଲେପୁର ଠାରେ ଆୟୋଜିତ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ – ଜନ୍ମଦାତ୍ରୀ ମା’କୁ ସମ୍ମାନ ଓ ଭକ୍ତି କରିବା ଆମ ସଂସ୍କୃତିର ବୈଭବ । ସେହିପରି ଗୋଲାପ ଦେବୀଙ୍କ ଭଳି ସ୍ନେହିଁ ମାଆର ଆଶୀର୍ବାଦ ଆମପାଇଁ ଅମୂଲ୍ୟ ସଂପଦ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ବ୍ଲକ ଚେୟାରମ୍ୟାନ ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ପ୍ରଶାନ୍ତ ପଟ୍ଟନାୟକ, ରିଆଜୁଲ ହୋଦା, ପ୍ରାକ୍ତନ ଜିଲାପରିଷଦ ସଭ୍ୟ କୃଷ୍ଣ କୁମାର ମିଶ୍ର, ସାମ୍ବାଦିକ ଶଶୀଭୁଷଣ ଷଢଙ୍ଗୀ, ସମାଜସେବୀ ସଂଗ୍ରାମ ସିଂହ,ଆଡ଼ଭୋକେଟ ବିକ୍ରମ ସିଂ,ପୂର୍ବତନ ସମିତିସଭ୍ୟ ରୁଦ୍ର ନାରାୟଣ ସିଂ, ଇଞ୍ଜିନିଅର ଦିଲୀପ ସିଂ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର,କବି ବିଶ୍ୱେଶ୍ୱର ମହାନ୍ତି, ନିରୋଦ ସାମଲ, କାହ୍ନୁ ଚରଣ ସାହୁ,ଦେବାଶିଷ ସିଂ, ଦିଲ୍ଲୀପ ନାୟକ, ଦୀପକ ସିଂ, ପ୍ରଦୀପ ସିଂ, ପ୍ରଭାତ ସିଂ, ଅନୁପମ ମିଶ୍ର, ପ୍ରମୋଦ ସାମଲ,ଅଭୟ ସାହୁ, ଅଶୋକ ସିଂ,ଦିଲୀପ ଦାସ,ଅକ୍ଷୟ ଗୋଛାୟତ ପ୍ରମୁଖ ଯୋଗଦେଇ ଦିବଂଗତ ଗୋଲାପ ଦେବୀଙ୍କ ସ୍ମୁତି ଚାରଣ କରିବା ସହ ତା’ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର