Tuesday , March 28 2023
Breaking News
Home / ବିଶେଷ / ଗୋବତୀ ଆଶ୍ରମର ବାର୍ଷିକ ଉତ୍ସବ 

ଗୋବତୀ ଆଶ୍ରମର ବାର୍ଷିକ ଉତ୍ସବ 

ତାରପୁର ୨୫/୦୨/୨୦୨୧ (ଓଡ଼ିଶା ସମାଚାର)-ଶ୍ରୀମଦ୍ ଭାଗବତ ହେଉଛି ଜ୍ଞାନ, ଭକ୍ତି ଓ ବୈରାଗ୍ୟର ଶାସ୍ତ୍ର ରଘୁନାଥପୁର ନିକଟସ୍ଥ ଶିର୍ଲୋ ବ୍ରାହ୍ମଣଖଣ୍ଡଠାରେ ଥିବା ସାଧୁବଧ ଗୋବତୀ ଆଶ୍ରମର ବାର୍ଷିକ ଉତ୍ସବ ଓ ଶ୍ରୀମଦ୍ ଭାଗବତ ସପ୍ତାହ ଭକ୍ତିଯଜ୍ଞ ଉତ୍ସବରେ ମୁଖ୍ୟପୁରୋଧା ଭାବେ ବାବାଜୀ ଅକ୍ଷୟ ଦେବଦାସ ମହାରାଜ ଯୋଗଦେଇ ଏହା କହିଥିଲେ । ସେ ଆହୁରି କହିଲେ ଯେ ଭାଗବତ ମନୁଷ୍ୟ ଜୀବନରେ ବଂଚିବାର ମାର୍ଗଦର୍ଶନ କରାଇଥାଏ । ଏଥିରେ ମୁଖ୍ୟବକ୍ତା ଭାବେ ବୃନ୍ଦାବନରୁ ଆଗତ ପଣ୍ଡିତ ରାମାନୁଜ ଦାସ ମହାରାଜ ଯୋଗଦେଇ ଭାଗବତ ଶ୍ରବଣ ଓ ପଠନରେ ମନୁ୍ୟର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି କହିଥିଲେ । ଏଥିରେ ବାବାଜୀ ନିମାଇଁ ଚରଣ ଦାସ ଯୋଗଦେଇ ଭାଗବତ ଶ୍ରବଣରେ ମନୁଷ୍ୟର ସମସ୍ତ ପାପ କ୍ଷୟ ହୋଇଥାଏ ବୋଲି କହିଥିଲେ । ଏହି ନଅଦିନ ବ୍ୟାପୀ ଭାଗବତ ସପ୍ତାହ ଓ ହରିନାମ ସଂକୀର୍ତନର ଶୁଭାଧିବାସ, ନାମଯଜ୍ଞ, ଶ୍ରୀକୃଷ୍ଣ ଜନ୍ମଲୀଳା, ନନ୍ଦୋତ୍ସବ, ନିତ୍ୟାନନ୍ଦ ମହାପ୍ରଭୁ ଜନ୍ମୋତ୍ସବ, ନଗରସଂକୀର୍ତନ ଆଦି ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବାବାଜୀ ସୂର୍ଯ୍ୟପଦ ଦାସ ମହାରାଜ, ବାବାଜୀ ପ୍ରଣବ କୁମାର ଦାସ, ବାବାଜୀ ବୈଷ୍ଣବ ଚରଣ ଦାସ, ବାବାଜୀ ନରହରି ଦାସ, ବାବାଜୀ ପୁରୁଷୋତମ ଦାସ, ବାବାଜୀ ସୁଦାମ ଚରଣ ଦାସ ପ୍ରମୁଖ ପରିଚାଳନା କରିଥିଲେ ।    ଓଡ଼ିଶା ସମାଚାର

Leave a Reply

Your email address will not be published.