Monday , March 20 2023
Breaking News
Home / ବିଶେଷ / ଖଦୀ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟଙ୍କୁ ଭେଟିଲେ ସିଲଭର ଗାନ୍ଧୀ

ଖଦୀ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟଙ୍କୁ ଭେଟିଲେ ସିଲଭର ଗାନ୍ଧୀ

ଖଦୀର ପ୍ରସାର ପ୍ରଚାର ପାଇଁ ରାଜଧାନୀବାସୀଙ୍କୁ ଅନୁରୋଧ କଲେ
ଭୁବନେଶ୍ୱର, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଆନୁକୁଲ୍ୟରେ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଖଦୀ ବଜାର ଉଦଘାଟିତ ହୋଇଯାଇଛି । ଖଦୀ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ମାନ୍ୟବର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମାନ୍ୟବର ମନ୍ତ୍ରୀ ରଘୁନନ୍ଦନ ଦାସ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଖଦୀ ବୋର୍ଡ଼ର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ଓଡ଼ିଶାର ଗାନ୍ଧୀ ଭାବେ ପରିଚିତ ସିଲ୍ଭର ଗାନ୍ଧୀ ଖଦୀ ବୋର୍ଡ଼ର ସଭାପତି ସଂଗ୍ରାମ ପାଇକରାୟଙ୍କୁ ଭେଟିବା ସହିତ ଖଦୀର ପ୍ରଚାର ଓ ପ୍ରସାର ପାଇଁ ରାଜଧାନୀବାସୀଙ୍କୁ ଅନୁରୋଧ କରିଥିଲେ । ଏହା ସହିତ ଖଦୀ ବଜାରକୁ ବୁଲି ଆସିବାକୁ ସେ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.