କେନ୍ଦୁଝର, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ଅନ୍ତର୍ଗତ ତେଲକୋଇ କାଞ୍ଜିପାଣି ଘାଟିରେ ଗୁରୁବାର ଏକ ଯାତ୍ରାବାହୀ ବସ କିଛି ବରଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଏହାସହ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ରାଉରକେଲାର ବନ୍ଧମୁଣ୍ଡାରୁ କେନ୍ଦୁଝର ଢେଙ୍କିକୋଟ ଫେରୁଥିବା ବେଳେ ବସ ଟି ଓଲଟିପଡିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।ତେବେ ବସ ଟି ଏକ ଗଛରେ ଲାଗିରହିଥିବାରୁ ଅଧିକ ମୃତ୍ୟୁ ରୁ ରକ୍ଷା ପାଇଛି ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର
Check Also
ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହାରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ ,ଦୁଇ ମୃତ ନଅ ଗୁରୁତର ଆହତ
କଳାହାଣ୍ଡି, ୧୭/୦୫/୨୦୨୨ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାର …