Sunday , May 29 2022
Home / କୃଷି / କଟକ ସଦର ବିଭିନ୍ନ ଧାନମଣ୍ଡି(ସୋସାଇଟି)ରେ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଙ୍କୁ ଅଭିଯୋଗ

କଟକ ସଦର ବିଭିନ୍ନ ଧାନମଣ୍ଡି(ସୋସାଇଟି)ରେ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଙ୍କୁ ଅଭିଯୋଗ

କଟକ, ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ,ଓଡ଼ିଶା ଶାଖା ପକ୍ଷରୁ ଧାନର ଅଭାବି ବିକ୍ରି ଏବଂ କଟକ ସଦର ବ୍ଲକ କନ୍ଦରପୁର ସୋସାଇଟିରେ ଧାନ ସଂଗ୍ରହ ନେଇ ଅନିୟମିତତା ଆଦି ବିଭିନ୍ନ ସମସ୍ୟାର ପ୍ରତିବାଦରେ ମହାସଂଘର ରାଜ୍ୟ ସଭାପତି ଯୁବସଂଗଠକ ସଚିନ ମହାପାତ୍ର,କଟକ ଜିଲ୍ଲା ସଭାପତି ଭୀମସେନ ସାବତ, ରାଜ୍ୟ ସଂଯୋଜକ କୃଷକନେତା ଦୁର୍ଗା ପ୍ରସାଦ ପରିଡ଼ା,ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ସୁଚିସ୍ମିତା ସାବତ, ଜିଲ୍ଲା ଯୁବଛାତ୍ର ସଭାପତି ଅଭିଜିତ ଦାସ ପ୍ରମୁଖ ମାନ୍ୟବର କଟକ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଚଳିତ ବର୍ଷ ୪୦ରୁ ଅଧିକ ପ୍ରତିଶତ ଚାଷୀ ଧାନ ବିକ୍ରି କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ଏହି ଚାଷୀ ସମସ୍ୟାର ତୁରନ୍ତ ସମାଧାନ କରାନାଗଲେ ମହାସଙ୍ଗ ପକ୍ଷରୁ ଅଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣ ଦିଆଯିବବୋଲି ରାଜ୍ୟ ସଂଯୋଜକ ଦୁର୍ଗା ପ୍ରସାଦ ପରିଡ଼ା ଜଣାଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ପନିପରିବା ଚାଷ କରି ଆତ୍ମ ନିର୍ଭରଶୀଳ ପ୍ରସନ୍ନ, ପ୍ରୋତ୍ସାହନ କୁ ଆଶା 

ଗରଦପୁର, ୨୧/୦୫/୨୦୨୨( ଓଡ଼ିଶା ସମାଚାର )-ସ୍ୱଳ୍ପ ଜମିରେ ବିବିଧ ପ୍ରକାରର ପନିପରିବା ଚାଷ କରି ଆତ୍ମ ନିର୍ଭରଶୀଳ ହୋଇଛନ୍ତି ଚାଷୀ …

Leave a Reply

Your email address will not be published. Required fields are marked *