Tuesday , March 28 2023
Home / ତାଜା ଖବର / କଖାରୁ ଓ ପଣସ ଭର୍ତ୍ତି ଗାଡିରେ ପୁଲିସ କନେଷ୍ଟବଳ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ

କଖାରୁ ଓ ପଣସ ଭର୍ତ୍ତି ଗାଡିରେ ପୁଲିସ କନେଷ୍ଟବଳ ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ

ମାଲକାନଗିରି ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଦିନ ଦି ପହରେ କଖାରୁ ଓ ପଣସ ଭର୍ତ୍ତି ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ଆହୁରୀ ପୁଣି ଏପରି ଚୋରା ଚାଲାଣ କରୁଥିଲେ ମାଲକାନଗିରି ଜିଲ୍ଲାର ଜଣେ ପୋଲିସ କନେଷ୍ଟବଳ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ଗାଡି ଗଞ୍ଜେଇ ନେଇ ଛତିଶଗଡକୁ ଚାଲାଣ କରୁଥିବା ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ଖବର ମିଳିବାପରେ ୩ଟି ଟିମ୍ ଭିନ୍ନ ଭିନ୍ନ ଜାଗାରେ ଚଢାଉ କରି କୋରୁକୋଣ୍ଡା ନିକଟରୁ ଏହି ଗଞ୍ଜେଇ ବୋଝେଇ ଗାଡିଟିକୁ ଜବତ କରିଥିଲା । ଗାଡି ଉପରେ କଖାରୁ ଓ ପଣସ ରହିଥିବା ବେଳେ ଏହାର ତଳେ ରହିଥିଲା ୩୧ ବସ୍ତା ଗଞ୍ଜେଇ । ଏହାର ଓଜନ ପ୍ରାୟ ୮ କୁଇଣ୍ଟାଲ ହବ । ଏହାର ବଜାର ମୁଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । କନେଷ୍ଟବଳ ଜଣକ ଗାଡିର ଡ୍ରାଇଭର ଓ ମାଲିକ । ସେ ନିଯେ ଗାଡ଼ି ଚଳାଉଥିଲେ । ତାଙ୍କ ନାଁ ସଞ୍ଜୀବ ହିରା ଓ ତାଙ୍କ ଘର ଜିଲ୍ଲାର ଏମ.ଭି. ୭ ଗାଁରେ । ପୁଲିସ ଚାକିରୀ କରି ଏଭଳି ଚୋରା ଗଂଜେଇ ଚାଲାଣ କରୁଥିଲେ । ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.