Sunday , April 2 2023
Breaking News
Home / ବିଶେଷ / ଆଇନ୍ମନ୍ତ୍ରୀଙ୍କୁ ମଦନମୋହନ ମଠ ପକ୍ଷରୁ ସମ୍ବର୍ଦ୍ଧନା 

ଆଇନ୍ମନ୍ତ୍ରୀଙ୍କୁ ମଦନମୋହନ ମଠ ପକ୍ଷରୁ ସମ୍ବର୍ଦ୍ଧନା 

ତାରପୁର ୨୫/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବଜାରରେ ଥିବା ମଦନ ମୋହନ ମଠର ଶତବାର୍ଷିକ ଚବିଶ ପ୍ରହର ନାମଯଜ୍ଞ ଅବସରରେ ଆଇନ୍, ପଂଚାୟତିରାଜ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ଏଥିରେ ଜିଲ୍ଲାପରିଷଦ ସଭ୍ୟା ଡେଜାଲିନ୍ ମହାପାତ୍ର, ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ୍ ତ୍ରିପାଠୀ, ସାଂସଦ ପ୍ରତିନିଧି ଗୌତମ ପାଲିତ୍, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ସୁରେନ୍ଦ୍ର ମହାପାତ୍ର, ଅଶ୍ୱିନୀ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଓ ସମସ୍ତ ଅତିଥିମାନଙ୍କୁ ମଦନମୋହନ ମଠ ପକ୍ଷରୁ ନିର୍ମଳ କୁମାର ଜେନା, ପ୍ରଭାକର ଖଟୁଆ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ୪ଦିନ ଧରି ବ୍ୟାପୀ ଚବିଶ ପ୍ରହରରେ ଅଧିବାସ, ଅହୋରାତ୍ର ନାମଯଜ୍ଞ, ନଗରକୀର୍ତନ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ।   ଓଡ଼ିଶା ସମାଚାର

Leave a Reply

Your email address will not be published.