Sunday , April 2 2023
Breaking News
Home / ବିଶେଷ / ରାସ୍ତା ରେ ରିଫ୍ଲେକ୍ଟର ଲଗାଇ ଅର୍ଥ ହରିଲୁଟ ଅଭିଯୋଗ 

ରାସ୍ତା ରେ ରିଫ୍ଲେକ୍ଟର ଲଗାଇ ଅର୍ଥ ହରିଲୁଟ ଅଭିଯୋଗ 

ରଘୁନାଥପୁର ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ପୂର୍ତ ବିଭାଗ ଫକିରପଡ଼ା ସବଡ଼ିଭିଜନ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଅଧିନରେ ଥିବା କଟକ ପାରାଦ୍ୱୀପ ରାଜ ରାସ୍ତାରେ ରିଫ୍ଲେକ୍ଟର ଲଗାଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟକି ଏହି ରାସ୍ତାରେ ମଦ୍ୟପ ଗାଡ଼ି ଚାଳକ  ଓ ଦୃତ ଗତିରେ ଗାଡ଼ି ଚଳାଇବା ଦ୍ୱାରା ପ୍ରତ୍ୟେକ ଦିନ କିଛି ନା କିଛି ଦୂର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବାବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତାକୁ ଲାଗି ବିଭିନ୍ନ ବେଆଇନ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ଉଠିଥିବାରୁ ବିଳମ୍ବିତ ରାତିରେ ସେହି ଦୋକାନ ଆଗରେ ବିଭିନ୍ନ ବଡ଼ ବଡ଼ ଗାଡ଼ି ଗୁଡ଼ିକ ଛିଡ଼ା ହୋଇ ଚା ଓ ଜଳପାନ କରୁଥିବାବେଳେ ରାତିର ଅନ୍ଧକାର ଓ କୁହୁଡ଼ିରେ ଦୃତ ଗତିରେ ଆସୁଥିବା ଅନ୍ୟ ଗାଡ଼ି ଗୁଡ଼ିକ ସେଥିରେ ପିଟିହୋଇ ଦୂର୍ଘଟଣା ଘଟାଇଥାନ୍ତି । ସେହିପରି ରାସ୍ତାର ଅନେକ ସ୍ଥାନରେ ବାଲି, ମେଟାଲ, ଗୋଡ଼ି , କୁଅ ନନ୍ଦ ଇତ୍ୟାଦି ଗଦା ହୋଇ ରହୁଥିବାବେଳେ ତାହା ମଧ୍ୟ ରାସ୍ତା ଦୂର୍ଘଟଣାର କାରଣ ପାଳଟିଥାଏ । ତେବେ ଏହାକୁ କାରଣ ଦର୍ଶାଇ ସମ୍ପୃକ୍ତ ବିଭାଗର ଯନ୍ତ୍ରୀ ଓ କିଛି ଅସାଧୁ ଠିକାଦାର ଙ୍କ ସଲାସୁତୁରାରେ ଏହି ରାସ୍ତା ଉପରେ ନିମ୍ନ ମାନର ରିଫ୍ଲେକ୍ଟର ଲଗାଇ ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । କଟକ ପାରାଦ୍ୱୀପ ରାଜରାସ୍ତା କଂକ୍ରିଟ ହେବା ପରେ ଏହିପରି ଅନେକ ଥର ରାସ୍ତାର ବିଭିନ୍ନ ଜାଗରାରେ ରିଫ୍ଲେକ୍ଟର ଲଗାଯାଇଥିଲେ ବି ତାହା ଦୁଇ ତିନିମାସ ପରେ ଉଭାନ ହୋଇଯାଉଥିବାବେଳେ ବିଭାଗ ପକ୍ଷରୁ ଏହାର ମାନ ନିରୀକ୍ଷଣ କରାଯାଇନଥିବା ଯୋଗୁ ଏହାର ସ୍ଥାୟୀତ୍ୱକୁ ନେଇ ସନ୍ଦେହ ଉପୁଜୁଛି । ସୂଚନାଯୋଗ୍ୟ କି ସମ୍ପ୍ରତି ଜଇପୁର ଆମିନିଟି ସେଂଟର ନିକଟ , ଜଇପୁର ଛକ ଏପକରିକି ଖଣ୍ଡତରୀ ହରିଶପୁର ରାସ୍ତାରେ ପୂର୍ବରୁ ଅନେକ ଥର ଏପରି ହୋଇ ତାହା ନଷ୍ଟ ହୋଇ ଯାଇଛି । ତେବେ ଏ ବିଷୟରେ ଫକିରପଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ରତିକାନ୍ତ ବେହେରା କହିଛନ୍ତି ଯେ ଆମର ପ୍ରତ୍ୟେକ ଆକ୍ସିନେଂଟ ବ୍ଲକ ଷ୍ପଟ ରେ ରିଫ୍ଲେକ୍ଟର ଲଗାଯାଇଛି । ତେବେ ତାହା କେତେ ଖର୍ଚ ହେଉଛି, ମୋର ମନେ ନାହିଁ । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାପାଳଏହି ରାସ୍ତାର ମରାମତି ଓ ରିଫ୍ଲେକ୍ଟର ଲଗାଯିବା କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ପରିସରଭୁକ୍ତ କରାଇବାକୁ ଇଂ ବାବାଜୀ ଚରଣ ଜେନା, ସମାଜସେବୀ ବଟକୃଷ୍ଣ ନାୟକ, ଗଙ୍ଗାଧର ଜେନା, ଅଶୋକ ନାୟକ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.