Thursday , May 26 2022
Breaking News
Home / ବିଶେଷ / ମଦ ଜବତ କରିବାକୁ ଯାଇ ମହିଳାଙ୍କୁ ଅସଦ ବ୍ୟବହାର :ଅବକାରୀ ବିଭାଗ କର୍ମଚାରୀ ଙ୍କ ନାମରେ ଥାନାରେ ଏତଲା

ମଦ ଜବତ କରିବାକୁ ଯାଇ ମହିଳାଙ୍କୁ ଅସଦ ବ୍ୟବହାର :ଅବକାରୀ ବିଭାଗ କର୍ମଚାରୀ ଙ୍କ ନାମରେ ଥାନାରେ ଏତଲା

କନ୍ଧମାଳ, ୨୪/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶୀମଦ ଜବତ  କରିବାକୁ ଯାଇ ଏବେ ହରଡ଼ଘଣାରେ ପଡିଛି ଅବକାରୀ ବିଭାଗ। ମଦ ଜବତ କରିବାକୁ ଯାଇ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ମାରିବା ଫଳରେ ମହିଳା ଜଣଙ୍କ ଆହତ ହୋଇଥିବାରୁ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି । ଏ ନେଇ ଅବକାରୀ ବିଭାଗ କର୍ମଚାରୀଙ୍କ ନାମରେ ମାଡ଼ ମାରିବା ଓ ଟଙ୍କା ଲୁଟ କରିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡ଼ିଙ୍ଗିଆ ଗ୍ରାମର ଆହତ ମହିଳା ନମିତା ପ୍ରଧାନ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି। .

ସୂଚନାଯୋଗ୍ୟଯେ, ମଙ୍ଗଳବାର ନିମିତା  ଘରେ ଏକା ଥିବା ବେଳେ ଅବକାରୀ ଇନ୍ସପେକଟର ଥାଇଲା ଓରାମ ଙ୍କ ନେତୃତ୍ଵରେ ଫୁଲବାଣୀ ଅବକାରୀ ସ୍କାର୍ଡ ଟିମ ମହିଳାଙ୍କ ଘରଉପରେ ଚଢ଼ାଉ କରିଥିଲେ।

ତେବେ ଅଭିଯୋଗ ପାଇବାପରେ ଫିରିଙ୍ଗିଆ ପୋଲିସ ଘଟଣାର ତଦନ୍ତ କରୁଥିବା କହିଛି । ବର୍ତ୍ତମାନ ମାର୍ଚ୍ଚ ମାସ ଆସୁଥିବାରୁ ବର୍ଷ ତମାମ କୁଆଡେ ବଟି ନେଇ ଶୋଇ ରହିଥିବା ଅବକାରୀ ବିଭାଗ ଏବେ ଟାର୍ଗେଟ  ପୁରଣ ପାଇଁ ଔଷଧ ବିକଳରେ ତାଟିଆ କାମୁଡୁଥିବା ନେଇ ଏବେ ଚର୍ଚା ଜୋର ଧରିଛି । ଓଡ଼ିଶା ସମାଚାର

About admin

Check Also

୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …

Leave a Reply

Your email address will not be published. Required fields are marked *