Wednesday , March 29 2023
Home / ବିଶେଷ / ଭୁବନ-ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି

ଭୁବନ-ଢେଙ୍କାନାଳ ପୂର୍ତବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି

ହମ୍ପସରେ ଧଳା  ରଙ୍ଗରେ ଚିହ୍ନ ଦିଆଗଲା, କିନ୍ତୁ ହମ୍ପସ ଉଚ୍ଛେଦ ହେଲାନାହିଁ

ଭୁବନ ୨୪/୦୨/୨୦୨୧ (ଓଡ଼ିଶା ସମାଚାର)-ଭୁବନରୁ କପିଳାସ ଦେଇ ଜିଲ୍ଲା ହେଡକ୍ୱାଟର ଢେଙ୍କାନାଳକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତାରେ ବେଆଇନ ହମ୍ପ୍ସ ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି । ବେଆଇନ ହମ୍ପ୍ସ ଯୋଗୁଁ ବାଇକ ଆରୋହୀ,କାର,ବସ ଚାଳକ ଙ୍କ ସମେତ ଜନସାଧାରଣ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଭୁବନରୁ ଢେଙ୍କାନାଳ ସମୁଦାୟ ୪୫ କିମ ରାସ୍ତାରେ ହାରାହାରି ୯୦ ଟି ବେଆଇନ ହମ୍ପ୍ସ ନିର୍ମାଣ ହୋଇଛି । ବିଶେଷ କରି ମନ୍ଦାର ,ଷଡଙ୍ଗୀ,ଗଁନ୍ଦିଆ,କାଇମାଟି ରେ ଅତ୍ୟଧିକ ବେଆଇନ ହମ୍ପ୍ସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାକଡ ଦୋକାନୀ ଓ ଘର ମାଲିକ ରାତାରାତି ନିଜ ଦୋକାନ/ଘର ସାମନାରେ ଆଣ୍ଠୁଏ ଉଚ୍ଚାର ହମ୍ପ୍ସ ତିଆରି କରିଦେଉଛନ୍ତି । ଫଳରେ ପଥଚାରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହମ୍ପ୍ସ ଗୁଡିକରେ କୌଣସି ସତର୍କ ସୂଚନା ଦିଆଯାଉନଥିବାରୁ ଲୋକମାନେ ଦୁର୍ଘଟଣାର ଶୀକାର ମଧ୍ୟ ହେଉଛନ୍ତି । ନିକଟ ଅତିତରେ ମହାମହିମ ରାଜ୍ୟପାଳ ବିଶ୍ୱପ୍ରସିଦ୍ଧ ମହିମାଗାଦି ଯୋରନ୍ଦା କୁ ଆସିଥିବା ବେଳେ ଢେଙ୍କାନାଳରୁ ଯୋରନ୍ଦା ପର୍ଯ୍ୟନ୍ତ ରାତାରାତି ସମସ୍ତ ହମ୍ପସକୁ ଉଠାଇ ଦିଆଯାଇଥିଲା । ବର୍ତମାନ ପୁଣି ବେଆଇନ ହମ୍ପ୍ସ ନିର୍ମାଣ ହୋଇଛି,ଏଥିଯୋଗୁଁ ଜନଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ତବିଭାଗ ତରଫରୁ ପ୍ରତ୍ୟେକ ହମ୍ପସ ରେ ଧଳାରଙ୍ଗ ମରାଯାଇ ହମ୍ପସ ବୋଲି ସୂଚନା ଦିଆଯାଇଥିଲା  । କିନ୍ତୁ ହମ୍ପସ ଉଚ୍ଛେଦ କରାଯାଇନଥିଲା । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ବେଆଇନ ହମ୍ପ୍ସ ଉଚ୍ଛେଦର ବ୍ୟବସ୍ଥା କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.