Saturday , April 1 2023
Breaking News
Home / ତାଜା ଖବର /    ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

   ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ

ପାରାଦୀପ,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠ ଭୁତମୁଣ୍ଡାଇ ପୋଲ ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିଛି ପାରାଦୀପ ଅବକାରୀ ବିଭାଗ । ଗିରଫ ବ୍ୟବସାୟୀ ଜଣଙ୍କ ହେଲେ ଭୁତମୁଣ୍ଡାଇ ଗ୍ରାମର ପ୍ରମୋଦ ମଲ୍ଲିକ । ତା ନିକଟରୁ ୧୦ଗ୍ରାମ ବ୍ରାଉନ ସୁଗାର ସହିତ ୫ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ୍ ବ୍ରାଉନ ସୁଗାରର ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ଆସାମୀ ପ୍ରମୋଦକୁ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରୀ ରଖିଛି ଅବକାରୀ ବିଭାଗ । ଓଡ଼ିଶା ସମାଚାର

Leave a Reply

Your email address will not be published.