Saturday , April 1 2023
Breaking News
Home / ବିଶେଷ / ବାହ୍ୟମଳ ମୁକ୍ତ ଗ୍ରାମ ସଚେତନତା ଅଭିଯାନ

ବାହ୍ୟମଳ ମୁକ୍ତ ଗ୍ରାମ ସଚେତନତା ଅଭିଯାନ

ପାରାଦୀପ,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଫସଫେଟ୍ସ ଲିମିଟେଡ(ପିପିଏଲ୍)ର ସହଯୋଗରେ ବୁଧବାର ସକାଳ ୮ଟା ସମୟରେ ହର୍ଷ ଟ୍ରଷ୍ଟ ତରଫରୁ ଏକ ବାହ୍ୟମଳ ମୁକ୍ତ ଗ୍ରାମ ସଚେତନତା ଅଭିଯାନ ନୁଣୁକୁଆ ଗ୍ରାମର ହରପାର୍ବତୀ ମନ୍ଦି ପ୍ରାଙ୍ଗଣରୁ ଆରମ୍ଭ କରାଯାଇଥିଲା । ଏହି ଅଭିଯାନକୁ ହର୍ଷ ଟ୍ରଷ୍ଟର କର୍ମୀ ସ୍ୱର୍ଣ୍ଣଲତା ପ୍ରଧାନ ଓ ଶାଶ୍ୱତୀ ଶୁଭ୍ରା ଦାସ ପରିଚାଳନା କରିଥିବା ବେଳେ ନୁଣୁକୁଆ ଗ୍ରାମର ଓଡିଏଫ୍ ଭିଲେଜ କମିଟିର ସଭ୍ୟସଭ୍ୟା, ହରପାର୍ବତୀ ଯୁବକ ସଂଘ, ସିଆରପି(ଓଏଲଏମ), ଅଙ୍ଗନବାଡି କର୍ମୀ ଓ ସହାୟିକା, ଆଶା କର୍ମୀ ଓ ସହାୟିକା ଏବଂ ଅଗ୍ରଣୀ ମହିଳାମାନେ ଯୋଗଦେଇ ସହଯୋଗ କରିଥିଲେ । ନୁଣୁକୁଆ-୧ ଓ ନୁଣୁକୁଆ ଗ୍ରାମର ୪୧୦ ଘର ପରିବାର ବୁଲି ଅଭିଯାନକାରୀ ମାନେ ପାଇଖାନାର ବ୍ୟବହାର, ପାଇଖାନା ନିର୍ମାଣ, ବାହ୍ୟ ମଳମୁତ୍ର ବର୍ଜନ, ପଲିଥିନ୍ ବର୍ଜନ ଓ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ବ୍ୟାନର, ଫ୍ଲା-କାର୍ଡ ଓ ବିଭିନ୍ନ ସ୍ଲୋଗାନ୍ ମାଧ୍ୟମରେ ସଚେତନତାର ବର୍ତା ଦେଇଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.