ବାରିପଦା, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ବାରିପଦା ର ପୂର୍ବତନ ବିଧାୟକ ବିମଳଲୋଚନ ଦାସ ଆଜି ଅପରାହ୍ନ ପ୍ରାୟ ସାଡ଼େ ୨ ଟା ସମୟରେ ସ୍ଥାନୀୟ ଲାଲବଜାରସ୍ଥ ବାସଭବନଠାରେ ହୃଦଘାତ ଜନିତ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ୨୦୧୨ରେ ତାଙ୍କ ପତ୍ନୀଙ୍କ ପରଲୋକ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ମନୋରଂଜନ ଓ ଚିତ୍ତରଂଜନ, ତିନି ଝିଅ ଓ ପରିବାରବର୍ଗ ଉପସ୍ଥିତ ଥିଲେ।
ସେ ୨୦୦୪ ରୁ ୨୦୦୯ ପର୍ୟ୍ୟନ୍ତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ଥିଲେ। ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଥିଲେ। ଥିଲେ। ସେ ଦୈନିକ ଓଡିଆ ସମ୍ବାଦପତ୍ର ପ୍ରଜାତନ୍ତ୍ରର ଜିଲା ପ୍ରତିନିଧି ଭାବରେ ମଧ୍ୟ କାର୍ଯ୍ୟ କରି ଥିଲେ।ତାଙ୍କ ମୃତ୍ୟୁ ରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର