Tuesday , March 21 2023
Breaking News
Home / ତାଜା ଖବର / ଜଳଖିଆ ଖାଉ ଖାଉ ଦୁର୍ବୁତ୍ତ ଟଙ୍କା ଵ୍ୟାଗନେଇ ଚମ୍ପଟ

ଜଳଖିଆ ଖାଉ ଖାଉ ଦୁର୍ବୁତ୍ତ ଟଙ୍କା ଵ୍ୟାଗନେଇ ଚମ୍ପଟ

ସାଲେପୁର:୨୪/୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ଦିନ୧୧ଟା ୨୦ମିନିଟ ସମୟରେ ଷ୍ଟେଟବ୍ୟାଙ୍କ ରୁ ୧୪ହଜାର ଟଙ୍କା ଉଠାଇ ଜଳଖିଆ ଦୋକାନରେ ମା ଓ ପୁଅ ଜଳଖିଆ ଖାଉଥିବା ସମୟରେ ଦୁର୍ବୁତ୍ତ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଛି।ପ୍ରକାଶ ଯେ ବଡ଼ଭିମରାଜ ପୁର ଗ୍ରାମର ପ୍ରମିଳା ମଲ୍ଲିକ (୬୦) ଓ ବିଜୟ ମଲ୍ଲିକ (୪୦)ବ୍ୟାଙ୍କ ରୁ ଟଙ୍କା ଉଠାଇ ବ୍ୟାଗ କୁ ଦୋକାନ ର ଏକ ଚେୟାର ଉପରେ ରଖି ନିକଟସ୍ଥ ତାରିଣୀ ସୁଇଟସ ଷ୍ଟଲ ରୁ ଜଳଖିଆ ଖାଉଥିଲେ । ପୁଅ ବିଜୟ ର ଅନୁପସ୍ଥିତି ର ସୁଯୋଗ ନେଇ ଜଣେ ଯୁବକ ଟଙ୍କା ଵ୍ୟାଗ ଧରି ଚମ୍ପଟ ମାରିଥିଲା। ମାତ୍ର ସିସିଟିଭି ପୁଟେଜ ରେ ସମସ୍ତ ତଥ୍ୟ ରେକର୍ଡ ହୋଇଥିଲା।ଏହି ଘଟଣା ରେ ମା ଓ ପୁଅ ଥାନା ରେ ଏତଲା ଦେଇଛନ୍ତି।ପୋଲିସ ଉକ୍ତ ଘଟଣା ର ତଦନ୍ତ ଚଳାଇ ଥିବା ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.