ତାରପୁର,୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ଅନ୍ତର୍ଗତ ପୁରୁଣା ବସନ୍ତ ଗ୍ରାମର କାଳିକୃଷ୍ଣ ଚୌଧୁରି ଓ ନିରଞ୍ଜନ ପାଢୀଙ୍କ ମଧ୍ୟରେ ଜମି ବାଡିକୁ କେନ୍ଦ୍ର କରି କଳହ ଏବଂ ପାଟିତୁଣ୍ଡ ହୋଇଥିଲା । ଉକ୍ତ ଜମି ଉପରେ ଭେଡ ବୁଜାକୁ କେନ୍ଦ୍ର କରି ଉଭୟ ପକ୍ଷ ରଘୁନାଥପୁର ଥାନାର ଦ୍ୱାରସ୍ତ ହୋଇଥିଲେ । ଥାନା ଆଇ.ଆଇ.ସି ଦେବେନ୍ଦ୍ର ମହାପାତ୍ର ଉଭୟଙ୍କର ଅଭିଯୋଗ ଉପରେ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି । ଓଡ଼ିଶା ସମାଚାର