Thursday , March 23 2023
Home / କୃଷି /        ଜଗତସିଂହପୁରରେ ମୃତିକା ପରୀକ୍ଷାଗାରର ଶୁଭାରମ୍ଭ

       ଜଗତସିଂହପୁରରେ ମୃତିକା ପରୀକ୍ଷାଗାରର ଶୁଭାରମ୍ଭ

ଜଗତସିଂହପୁର, ୨୪/୦୨/୨୦୨୧ (ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀଙ୍କ  କାର୍ଯ୍ୟାଳୟ ପରିସରରେ ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଅଛି । ଜିଲ୍ଲାପାଳ ପତାକା ହଲାଇ ଏହି ଭ୍ରାମ୍ୟମାଣ ପରୀକ୍ଷାଗାର ଗାଡିର ଶୁଭ ଉଦଘାଟନ କରି କହିଲେ ଜଗତସିଂହପୁର ଜିଲ୍ଲା ଏକ କୃଷି ଭିତିକ ଜିଲ୍ଲା  । ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି । ଓଡିଶା ସରକାର ଓ ପାରାଦ୍ୱୀପ ଫସପେଟସ୍ ଲିମିଟେଡ୍ ର ମିଳିତ ସହାୟତାରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ମୃତିକା ପରୀକ୍ଷାଗାର ଜିଲ୍ଲାର କୃଷକ ମାନଙ୍କୁ ବହୁଳ ଭାବରେ ସହାୟତା ପ୍ରଦାନ କରିବ । ଚାଷୀମାନଙ୍କର ଅଭାବ ଅସୁବିଧା ଓ ଗୁଣବତା ପରୀକ୍ଷା ପାଇଁ ଏହା ସହାୟକ  ହେବ । ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ମହାପାତ୍ର ଯୋଗଦେଇ କହିଲେ ଏହି ଭ୍ରାମ୍ୟମାଣ  ମୃତିକା ପରୀକ୍ଷାଗାରରେ ମାଟିରେ ଥିବା ଜୈବିକ , ଅଙ୍ଗାର, ସହଜ ଲବ୍ଧ ଫସଫରସ୍, ସହଜଲବ୍ଧ ପଟାସ୍, ଲବଣାଂଶ ଓ ପି.ଏଚ୍ (ଅମ୍ଳତା ଓ କ୍ଷାରୀୟତା)ପରୀକ୍ଷା କରାଯିବ । ମାଟିରେ ଥିବା ଅଣୁସାର ଯଥା-ବୋରନ୍,ଗନ୍ଧକ ଓ ଦସ୍ତା ପରିମାଣ ଜଣାପଡିବ । ମାଟିରେ କେଉଁ ଖାଦ୍ୟସାର କେତେ ପରିମାଣରେ ଅଛି  ଜଣା ପଡିବ । ସେହି ଅନୁସାରେ ସାର ପ୍ରୟୋଗ କରିବା ପାଇଁ ଅନୁମୋଦନ କରାଯିବ । ଏହା ପିପିଏଲ୍ ଓ ଓଡିଶା ସରକାରଙ୍କ କୃଷି ବିଭାଗର ସହ ବନ୍ଧନରେ କାର୍ଯ୍ୟ କରୁଅଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିପିଏଲ୍ ର ଉପ ମହା ପ୍ରବନ୍ଧକ ଶ୍ରୀ ବିଶ୍ୱଜିତ୍ ନନ୍ଦ କହିଲେ ଏହି ମାଟି ପରୀକ୍ଷା ଗାଡି ବିଭିନ୍ନ ଗାଁରେ ପହଂଚି କୃଷକଙ୍କର ନମୁନା ମାଟି ସଂଗ୍ରହ କରି ପରୀକ୍ଷା କରିବ ଏବଂ ମାଟି ପରୀକ୍ଷା ରିପୋର୍ଟ ଆଧାରରେ ସାର ପ୍ରୟୋଗ କରି ଚାଷୀମାନେ ମୃତିକା ସୁରକ୍ଷା କରିବା ସଂଗେ ସଂଗେ ଅଧିକ ଅମଳ ପାଇ ପାରିବେ । ବିନା ପଇସା ଖର୍ଚ୍ଚରେ ଚାଷୀ ଏହି ସୁବିଧା ପାଇ ପାରୁଛି । ଚାଷୀ ଗୋଟିଏ କ୍ୱିନ୍ଟାଲରୁ ୨ କ୍ୱିନ୍ଟାଲ ଫସଲ ଅଧିକା ଅମଳ କରି ପାରୁଛି  ଗୋଟିଏ ଏକରରେ ୨ ହଜାରରୁ ୫ ହଜାର ଟଙ୍କାର ଫାଇଦା ପାଇ ପାରୁଛି । ଏହି କାର୍ଯ୍ୟ କ୍ରମରେ ପିପିଏଲ୍ ର କର୍ପୋରେଟ୍ ହେଡ୍ ଶ୍ରୀ ସୁଧୀର ରଂଜନ ମିଶ୍ର,କୃଷି  ବିଭାଗର   ଅଧିକାରୀ ଓ  କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.