କନ୍ଧମାଳ,୨୩/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ପର୍ଯ୍ୟଟକଙ୍କୁ ମାଡ଼ ମାରି ଜୋର ଜବରଦସ୍ତ ଟଙ୍କା ଆଦାୟ ଓ ଡ଼କାୟତି ଭଳି ସଙ୍ଗୀନ ଅଭିଯୋଗରେ ସମ୍ପୃକ୍ତ ଥିବା ଦୁଇ ଆଇଆରବି ଜବାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ୍। ଏହି ଦୁଇ ଜବାନ ହେଲେ ଡ଼େପୁଟି ସୁବେଦାର ଶିବବ୍ରତ ବେହେରା ଓ ହାବିଲଦାର ଶ୍ରୀନିବାସ କହଁର। ଏମାନେ ନିଜକୁ ପୁଲିସ କର୍ମଚାରୀର ପରିଚୟ ଦେଇ ବାହାରୁ ଆସିଥିବା ଲୋକଙ୍କୁ ଧମକାଇବା ସହିତ ମାଡ଼ ମାରି ଟଙ୍କା ଲୁଟି ନେଇଥିବା ଅଭିଯୋଗ ଆସିବା ପରେ ଏସପି ଶ୍ରୀ ଅଗ୍ରୱାଲ ତତ୍କାଳ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ,ଏମାନଙ୍କ ମଧ୍ୟରୁ ଶ୍ରୀନିବାସ ମଙ୍ଗଳବାର ଦିନ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟଜଣେ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର
Check Also
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ୧୦୨ତମ ଜୟନ୍ତୀ ପାଳିତ
କଟକ, ୨୭/୦୫/୨୦୨୨ (ଓଡ଼ିଶା ସମାଚାର) : ଆଜି ମନେ ପଡ଼ନ୍ତି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବୀର ପୁରୁଷ ସ୍ବର୍ଗତ ନୀଳମଣି …