Thursday , March 23 2023
Home / ବିଶେଷ / ମେରୁଦଣ୍ଡ ଜନିତ ସମସ୍ୟାରେ ଅସୁସ୍ଥ କଲେଜ ଛାତ୍ରକୁ ସହପାଠୀଙ୍କ ସହାୟତା

ମେରୁଦଣ୍ଡ ଜନିତ ସମସ୍ୟାରେ ଅସୁସ୍ଥ କଲେଜ ଛାତ୍ରକୁ ସହପାଠୀଙ୍କ ସହାୟତା

କେନ୍ଦ୍ରାପଡା, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩  (୨ୟବର୍ଷ ) କଳା ଛାତ୍ର ଦୀପକ କୁମାର ଜେନା ଗତ କିଛିମାସ ଧରି ମେରୁଦଣ୍ଡ ଜନିତ ରୋଗରେ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି । ତାଙ୍କୁ ଭୂବନେଶ୍ୱରସ୍ଥିତ ଏକ ବେସରକାରୀ କେୟାର ହସପିଟାଲରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋ୍ରପ୍ରଚାର କରାଯାଇଥିବା ବେଳେ ଡାକ୍ତରଙ୍କ ଭୁଲ ଅସ୍ତ୍ରୋ୍ରପ୍ରଚାର ପାଇଁ ଦୀପକଙ୍କ ଗୋଡ ଦୁଇଟି ଅଚଳ ହୋଇପଡିବାରୁ ସେ  ଶଯ୍ୟାଶାୟୀ ହୋଇପଡିଛନ୍ତି । ବିଛଣାରେ ପଡି ଦୀପକ ଗଭୀର ଯନ୍ତ୍ରଣା ଭୋଗୁଥିବା ଦେଖାଯାଇଛି । ଏହା ଜାଣିବାପରେ ତାଙ୍କ  ସହପାଠୀମାନେ ଜିଲ୍ଲାପାଳଙ୍କୁ ଭେଟି ଦୀପକଙ୍କର ଦ୍ୱିତୀୟ ଅସ୍ତ୍ରୋପ୍ରଚାର କରାଯିବା ପାଇଁ  ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଦାବି କରିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୈାଣସି ସହାୟତା ଦୀପକଙ୍କୁ ମିଳିନଥିବା ଅଭିଯୋଗ ହୋଇଛି । ଏଥିସହିତ ସହପାଠୀମାନେ ଏସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବା ସହ କଲେଜର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ଠାରୁ ଦୀପକଙ୍କୁ ସହାୟତା ନିମନ୍ତେ ଅର୍ଥ ସଂଗ୍ରହ କରି ବା ପରେ ଦୀପକଙ୍କ ଘରକୁ ଯାଇ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହପାଠୀମାନଙ୍କ ମଧ୍ୟରେ ଲିଟିଲରାଣୀ ମଲ୍ଲିକ, ଆର୍ଚ୍ଚି ମର୍ଦରାଜ, ସସ୍ମିତା ମଲ୍ଲିକ, ଲିପସାରାଣୀ ବେହେରା, ତନ୍ମୟ ଦାସ, ପ୍ରମୋଦ ସାହୁ, ପଦ୍ମଲୋଚନ ଜେନା, ରାଜକିଶୋର ମଲ୍ଲିକ ଓ ସୁବ୍ରତ କୁମାର ଜେନା ପ୍ରମୁଖ  ଦୀପକର ଘରକୁ ଯାଇ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.