Monday , March 27 2023
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲ କଲେଜ ପ୍ରତିଷ୍ଠା କୁ ନେଇ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ମେଡିକାଲ କଲେଜ ପ୍ରତିଷ୍ଠା କୁ ନେଇ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୨୩/୦୨/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା  ପାଇଁ ସବୁ ସ୍ତରରୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଉଛି ।  କେନ୍ଦ୍ରାପଡାବାସୀଙ୍କ ଏହି ଦାବି ହାସଲ ପାଇଁ  ଆସନ୍ତା  ମାର୍ଚ୍ଚମାସ ୪ତାରିଖରେ କେନ୍ଦ୍ରାପଡା ମେଡିକାଲ କଲେଜ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସମ୍ମୁଖରେ ଗଣ ସମାବେଶ ବା ଗଣଧାରଣା ଅନୁଷ୍ଠିତ ହେବ । ଏହି ସମାବେଶକୁ ସଫଳ କରିବା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆବାହକ ଅଧ୍ୟାପକ ଅଜୟ ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଂଚଳ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଦୁଇ ହଜାରରୁ ଉଦ୍ଧ୍ୱର୍ ବୁଦ୍ଧିଜୀବି, ଶିକ୍ଷାବୀତ ଓ ସାଧାରଣଜନତା  ଏହି ସମାବେଶରେ ଯୋଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ୱାର୍ଡ ଓ ସାହି ବସ୍ତିରୁ ଅଧିକ ସଂଖ୍ୟକ ଲୋକଙ୍କୁ ସମାବେଶରେ ଯୋଗ ଦେବା ପାଇଁ ନିବେଦନ କରାଯିବା ସହ ଏହି ସାମୁହିକ ଦାବି ହାସଲ ପାଇଁ କରାଯାଉ ଥିବା ଆନ୍ଦୋଳନରେ ସହଯୋଗ କରିବାକୁ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ।  ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଓକିଲ ସଂଘର ସଭାପତି ସରୋଜରାଜ ସିଂହ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ଆଦିକନ୍ଦ ରାଉଳ, ପ୍ରଫୁଲ୍ଲ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.