Thursday , March 23 2023
Home / ବିଶେଷ / ଭଗବତ ଗୀତା ପାଠ୍ୟକ୍ରମରେ ସାମିଲ ପାଇଁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର 

ଭଗବତ ଗୀତା ପାଠ୍ୟକ୍ରମରେ ସାମିଲ ପାଇଁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର 

ଗରଦପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ବିଶିଷ୍ଟ ସମାଜ ସଂସ୍କାରକ , ସନ୍ଥ , ପୂଜ୍ୟ ପୂଜକ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଂଟରନ୍ୟାସନାଲ ଗୀତା ମିଶନ ଦ୍ୱାରା ଓଡ଼ିଶାର ରାଜ୍ୟପାଳ ମହାମହିମ ପ୍ରଫେସର ଗଣେଶି ଲାଲ ଙ୍କୁ ଭଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ ପାଇଁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସନ୍ଥ ବଳିଆଙ୍କ ମତରେ ଗୀତା ହେଉଛି ସାର୍ବଜନୀନ ଗ୍ରନ୍ଥ ।ଏହା କୌଣସି ନିର୍ଦ୍ଧିଷ୍ଟ ମତାନ୍ତବଲମ୍ବୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ । ଗୀତା ସମଗ୍ର ବିଶ୍ୱର ମାନବୀୟ ସମ୍ବିଧାନ । ପ୍ରତ୍ୟେକ ଧର୍ମ ଶାସ୍ତ୍ରର ସାର ତତ୍ୱ ଭଗବତ ଗୀତା ମଧ୍ୟରେ ସଙ୍କଳିତ ହୋଇଅଛି ।  ଏଣୁ ଗୀତାର ଦିଗ ଦର୍ଶନକୁ ବିଦ୍ୟାଳୟ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁ ସ୍ତରର ପାଠ୍ୟକ୍ରମରେ ସାମିଲ କରିବାକୁ ରାଜ୍ୟପାଳ ମହୋଦୟଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି  । ଗୀତା ମିଶନ ର ସଭାପତି ଡ଼ ସ୍ୱାମୀ ଚିଦାନନ୍ଦ ଏହି ସ୍ମାରକ ପତ୍ର ମହାମହିମ ରାଜ୍ୟାପାଳଙ୍କୁ ଅର୍ପଣ କରିଥିଲେ । ଏହା ପ୍ରକାଶ ଯୋଗ୍ୟ ଯେ ଏହା ପୂର୍ବରୁ ଗୀତା ମିଶନ ତରଫରୁ ଅନୁରୂପ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଉଚ ଶିକ୍ଷା ବିଭାଗ , ଗଣ ଶିକ୍ଷା ବିଭାଗ ର ମନ୍ତ୍ରୀଙ୍କ ନିକଟକୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସୁସ୍ଥ ସମାଜ ଗଠନ ଦିଗରେ ଇଂଟରନ୍ୟାସନାଲ ଗୀତା ମିଶନ ର ଏହି ପଦକ୍ଷେପକୁ ରାଜ୍ୟର ବୁଦ୍ଧିଜିବୀ ମହଲ ସହ ପ୍ରତ୍ୟେକ ସ୍ତରରେ ସ୍ୱାଗତ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.