ପାରାଦୀପ,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ପାରାଦୀପ ଉପକଣ୍ଠ ତାରେଣୀଗଡା ରାମଚଣ୍ଡି ମଠ ବିବାଦୀୟ ଜାଗାରେ ପାରାଦୀପ ନାଗରିକ ମଂଚ ପକ୍ଷରୁ ମଙ୍ଗଳବାର ବୃକ୍ଷରୋପଣ କରାଯାଇଛି । ରାମଚଣ୍ଡି ମଠ ୨ଏକର ୨୧ଡିସିମିଲ ଜାଗାରେ କିଛି ଅନୁପ୍ରବେଶକାରୀ ଅଣଓଡିଆ, ଯେଉଁ ମାନଙ୍କର କି ବେଆଇନ ଭାବେ ପଶ୍ଚିମବଙ୍ଗ ଓ ପାରାଦୀପରେ ଭୋଟର ଓ ଆଧାର ପରିଚୟ ପତ୍ର ରହିଛି । ସେମାନେ ମଠର ପ୍ରାୟ ଦେଢ ଏକରରୁ ଉଦ୍ଧ୍ୱର୍ ଜମି ଜବର ଦଖଲ କରି ରଖିଥିବାର ଅଭିଯୋଗ ଦୀର୍ଘ ଦିନ ହେବ ହୋଇ ଆସୁଅଛି । ପୂର୍ବରୁ ବିଗତ ଦିନରେ ଏହି ସ୍ଥାନରେ ନିଶା କାରବାର ହେଉଥିଲା । କିନ୍ତୁ ସ୍ଥାନୀୟ ଅଂଚଳବାସୀମାନେ ଏକଜୁଟ ହୋଇ ଗ୍ରାମର ପରିବେଶକୁ ସୁସ୍ଥ ସମୃଦ୍ଧ ରଖିଥିବା ବେଳେ କିଛି ଅସାଧୁ ଜମି ଦଲାଲ ମାଫିଆ ମାନେ ମଠ ଜମିକୁ ଜୋର ଜବରଦସ୍ତ ଦଖଲ କରୁଥିବା ସମୟରେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଛନ୍ତି । ତେବେ ମାଫିଆଙ୍କ ମଠ ଜମି ଅଧିଗ୍ରହଣକୁ ବିରୋଧ କରି ଉକ୍ତ ବିବାଦୀୟ ଜାଗାରେ ପାରାଦୀପ ନାଗରୀକ ମଂଚ ପକ୍ଷରୁ ୫୦୦ରୁ ଉଦ୍ଧ୍ୱର୍ ପ୍ରଦୂଷଣମୁକ୍ତ ବୃକ୍ଷ ଲଗାଯିବ ବୋଲି ନାଗରିକ ମଂଚ ସଭାପତି ତଥା ପରିବେଶବିତ୍ ଡଃ ଅୟସ କାନ୍ତ ରାୟ କହିଛନ୍ତି । ଓଡ଼ିଶା ସମାଚାର