ବାଲିଗୁଡା,୨୩/୦୨/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଗ୍ରାମ ଗୁମାପଦର ଛକରେ ଗୋଟିଏ ବସକୁ ବାଇକ ପଛଆଡ଼ୁ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ମଙ୍ଗଳ ବାର ରାତି ପ୍ରାୟ ୮ଟା ସମୟରେ କାମଧେନୁ ନାମକ ଏକ ଘରୋଇ ବସ ବ୍ରହ୍ମପୁରରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ହୋଇଥିବା ଜଣାପଡ଼ିଛି । ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରା ଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର