କେନ୍ଦ୍ରାପଡା,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଜଣେ ପୋଲିସ କର୍ମଚାରୀ ରାସ୍ତାରୁ ପାଇଥିବା ପର୍ସଟି ସଂପୃକ୍ତ ମାଲିକଙ୍କୁ ଫେରାଇ ନିଜର ମହତ ପଣିଆକୁ ପ୍ରମାଣିତ କରିଥିବା ଦେଖିବାକୁ ମିଳିଛି । ଟାଉନ ଥାନରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୁମନ୍ତ କୁମାର ଜେନା ନାମକ ପୋଲିସ କନେଷ୍ଟବଳ ଜଣଙ୍କ ରାସ୍ତାରୁ ଏକ ମନିପର୍ସ ପାଇଥିଲେ । ସେହି ମନିପର୍ସ ଭିତରେ ୧୭ହଜାର ୩୧୦ଟଙ୍କା ସମେତ ଏକ ବ୍ୟାଙ୍କ ଏ.ଟି.ଏମ. କାର୍ଡ, ଆଧାରକାର୍ଡ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଭଳି ବହୁ ମୁଲ୍ୟବାନ କାଗଜପତ୍ର ରହିଥିଲା । ସେ ପାଇଥିବା ମନିପର୍ସଟିରୁ ସଂପୃକ୍ତ ମାଲିକଙ୍କ ପରିଚୟ ଜାଣିବା ପରେ ଯୋଗାଯୋଗ କରି ମନିପର୍ସଟିକୁ ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି । ସେହି ମନିପର୍ସଟି ହେଉଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ଜବରା ଗ୍ରାମର ଧିରେନ୍ଦ୍ର ମଲିକଙ୍କ ପୁଅ ବିବେକ ମଲିକଙ୍କର । ଓଡ଼ିଶା ସମାଚାର