Sunday , April 2 2023
Breaking News
Home / ବିଶେଷ /   ନୂଆଭୁବନ ଶିବ ମନ୍ଦିର କୁଅରୁ ଷଣ୍ଢ ଉଦ୍ଧାର

  ନୂଆଭୁବନ ଶିବ ମନ୍ଦିର କୁଅରୁ ଷଣ୍ଢ ଉଦ୍ଧାର

  ଭୁବନ ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବତ ଜାତୀୟ ରାଜପଥ କଡରେ ଅବସ୍ଥିତ ନୂଆଭୁବନ ଶିବ ମନ୍ଦିର କୁଅରେ   ଏକ ବୁଲା ଷଣ୍ଢ ପଡିଯାଇଥିଲା । ଷଣ୍ଢଟି ପାଣି ଭିତରେ ଜୀବନ ସହିତ ସଂଘର୍ଷ କରୁଥିବା ସଂପର୍କରେ ଖବର ପାଇ ଅଗ୍ନିଶମ ସେବା ସଂସ୍ଥା ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଷଣ୍ଢଟିକୁ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲେ । ଷଣ୍ଢଟି କୁଅ ଭିତରୁ ବାହାରକୁ ଆସିବା ପରେ ଚଲାବୁଲା କରିଥିଲା । ବୁଦ୍ଧିଜୀବୀ ମହଲ ଅଗ୍ନିଶମ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହିତ କୁଅରେ ଜାଲି ଲଗାଇବା ସକାଶେ ମନ୍ଦିର ପରିଚାଳନା କମିଟି ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.