ନିରାକାରପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ହାଇସ୍କୁଲ ର ୧୯୭୮ ମସିହା ବ୍ୟଚ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମ ବଡ଼ ପୋଖରିଆ ନିକଟସ୍ଥ ସୁନେଇରୁପେଇ ଠାକୁରାଣୀଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ପୁରାତନ ଛାତ୍ର ଛାତ୍ରୀ ମାନେ ଏକଜୁଟ ହୋଇ ଅତୀତକୁ ମାନେ ପକାଇଥିଲେ। କାର୍ୟ୍ୟକ୍ରମକୁ ରବୀନ୍ଦ୍ର ରାଉତରାୟ, ବଳରାମ ହରିଚନ୍ଦନ, ଯୁଧିଷ୍ଟିର ରାଉତରାୟ, ଅଶ୍ଵନି କୁମାର ପଣ୍ଡିତରୟ, ସରୋଜିନୀ ଦାଶ, ଅନନ୍ୟ ମଞ୍ଜରୀ ଜଗଦେବ ପ୍ରମୁଖ ସହଯୋଗ କରିଥିଲେ। ସଞ୍ଚାଳନ କରିଥିଲେ ପ୍ରକୃତି ବନ୍ଧୁ ବ୍ରଜବନ୍ଧୁ କର, ବାଉରୀବନ୍ଧୁ ଦଳେଇ, କଲମ ଶାହା, ରାଜକିଶୋର ତ୍ରିପାଠୀ ଓ ପ୍ରଭାକର ପ୍ରଧାନ ପ୍ରମୁଖ। ଓଡ଼ିଶା ସମାଚାର