Tuesday , March 21 2023
Breaking News
Home / ବିଶେଷ / ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ତରଫରୁ ଚଢଉ: ୧୨ ଟ୍ରକ ଓ ଏକ ଜେସିବି ଜବତ: ୨ଲକ୍ଷ ୪୫ ହଜାର ଆଦାୟ

ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ତରଫରୁ ଚଢଉ: ୧୨ ଟ୍ରକ ଓ ଏକ ଜେସିବି ଜବତ: ୨ଲକ୍ଷ ୪୫ ହଜାର ଆଦାୟ

ନିରାକାରପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)-ବର୍ତମାନ ଟାଙ୍ଗୀ ଓ ଖୋର୍ଦ୍ଧା ତହସିଲ ଅଂଚଳରୁ ବ୍ୟାପକ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ହେଉଥିବାବେଳେ ଆଜି ଚଢାଉ କରାଯାଇ ସମୁଦାୟ ୧୨ଟି ଟ୍ରକ ଓ ଏକ ଜେସିବି ଜବତ କରାଯାଇଥିବାବେଳେ ୨ଲକ୍ଷ ୪୫ ହଜାର ଟଙ୍କା ଫାଇନ ଆଦାୟ ହୋଇଛି । ସୂଚନାଯୋଗ୍ୟ କି ଟାଙ୍ଗୀ ତହସିଲ ତରଫରୁ ଆଜି ଭୋରୁ ନିରାକାରପୁର ଥାନା ଲେଣ୍ଡୁ  ଛକରେ ସୁପରଭାଇଜର ମହମ୍ମଦ ରଜେ ରସୁଲ, ଆରଆଇ ଅଶ୍ୱନୀ କୁମାର ଚୈାଧୁରୀ, କୈଳାସ ଚନ୍ଦ୍ର ଦଳେଇ, ଦିଗନ୍ତ କୁମାର ସେଠୀ, ଭଜମନ ମଙ୍ଗରାଜ, ଗଦାଧର ବେହେରା, କ୍ଷେତ୍ରବାସୀ ରାଉତ ସମେତ ପୋଲିସ କର୍ମଚାରୀ ପ୍ରମୁଖ ଚଢଉ କରି  ୪ଟି ମାଙ୍କଡ଼ା ପଥର ବୋଝେଇ, ଗୋଟିଏ ମୋରମ ବୋଝେଇ ଓ ୨ଟି ମୁଗୁନି ପଥର ବୋଝେଇ ଟ୍ରକକୁ ଜବତ କରିଥିବାବେଳେ ଜୋରମାନା ବାବଦ ଆଜି ଏକ ଲକ୍ଷ ୪୫ ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି । ସେହିପରି ଖୋର୍ଦ୍ଧା ତହସିଲ ଅଧୀନସ୍ଥ ମୁଣ୍ଡାଆମ୍ବ ମୈାଜାରୁ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ଅତିରିକ୍ତ ତହସିଲଦାର ଓ ତହସିଲ କିଛି କର୍ମଚାରୀମାନେ ଚଢଉ କରି ୬ଟି ଟ୍ରକ ଜବତ କରି ଜଙ୍କିଆ ଥାନା ଓ ଖୋର୍ଦ୍ଧା ତହସିଲରେ ରଖାଯାଇଥିବା ଜଣାପଡ଼ିଛି । ଗୋଟିଏ ଜବତ ଜେସିବି ଏକ ଲକ୍ଷ ଟଙ୍କା ଜୋରମାନା ଦେଇ  ଉଦ୍ଧାର ପାଇଥିବାବେଳେ ଚଢଉକୁ ଆହୁରି ଜୋରଦାର କରାଯିବ ବୋଲି ତହସିଲଦାରଙ୍କ ତରଫରୁ ସୂଚନା ମିଳିଛି । ସୂଚନାଯୋଗ୍ୟ କି ଚୋରା ପଥର ଚାଲାଣ କରିବାକୁ ଗାଡ଼ି ମାଲିକମାନେ ରାତି ଉଜାଗର ରହୁଥିବାବେଳେ ଖଣି ମାଫିଆମାନେ ନିର୍ବିଘ୍ନରେ ଚୋରା ଖଣି ରାତିଦିନ ଚଳାଉଥିବାରୁ କୋଟି କୋଟି ଟଙ୍କାର  ରାଜସ୍ୱ ହାନୀ ହେଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.