Tuesday , March 21 2023
Breaking News
Home / ବିଶେଷ / ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରିବା ପାଇଁ ପ୍ରଚାର ଗାଡ଼ି ବୁଲିଲା

ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରିବା ପାଇଁ ପ୍ରଚାର ଗାଡ଼ି ବୁଲିଲା

 ନିରାକାରପୁର, ୨୩/୦୨/୨୦୨୧ (ଓଡ଼ିଶା ସମାଚାର)-ପୋଡ଼ଶୀ ରାଜ୍ୟମାନଙ୍କରେ ପୁନର୍ବାର କରୋନାର ପ୍ରଭାବ ଦେଖା ଦେବାରୁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ପୁନର୍ବାର ସମସ୍ତେ କୋଭିଡ଼ ନିୟମକୁ କଡ଼ାକଡ଼ିଭାବେ ପାଳନ କରିବାକୁ ସରକାରଙ୍କ ତରଫରୁ ନିର୍ଦ୍ଧେଶନାମା ଜାରି କରାଯାଇଛି । ଲକଡ଼ାଉନ ଭଳି ପରିସ୍ଥିତକୁ ଏଡ଼ାଇବା ପାଇଁ ପ୍ରଚାର ଗାଡ଼ି ଦ୍ୱାରା ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କୁ ସଚେତନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପ୍ରଶାସନ ତରଫରୁ ପ୍ରଚାର ଗାଡ଼ି ଆଜି ବ୍ଲକର ବିଭିନ୍ନ ପଂଚାୟତରେ ବୁଲି ସଚେତନତାର ବାର୍ତା ଦେବା ସହ କୋଭିଡ଼ ନିୟମକୁ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.